ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରାଳୟରେ ସାମ୍ବାଦିକଙ୍କ ପାଇଁ ଏକ ନୂତନ ନିୟମ ଆସିଛି । ଏହି ନିୟମାନୁୟୀ ଏବେ ମନ୍ତ୍ରାଳୟରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଅଧିକାରୀଙ୍କୁ ପ୍ରଶ୍ନ ପଚାରି ପାରିବେ ନାହିଁ । ଏବେ ସାମ୍ବାଦିକମାନେ ଇମେଲ ଜରିଆରେ ସେମାନଙ୍କ ପ୍ରଶ୍ନ ପଠାଇବେ । ବରିଷ୍ଠ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ କଭର କରିବା ପାଇଁ ଶୁକ୍ରବାର ସାମ୍ବାଦିକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା ।
ଅଚାନକ ମନ୍ତ୍ରାଳୟ ପକ୍ଷରୁ କନଫ୍ରେନ୍ସ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ନିକଟରେ ମନ୍ତ୍ରାଳୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । ମାତ୍ର ଏବେ ସାମ୍ବାଦିକମାନଙ୍କୁ ମନ୍ତ୍ରାଳୟକୁ ଆସିବା ପୂର୍ବରୁ ଆପଇଣ୍ଟମେଣ୍ଟ ନେବାକୁ ପଡିବ । ସାଧାରତ ବଜେଟ ପାରିତ ହେବା ପରେ ଏଭଳି ନିୟମ
କରାଯାଇଛି । ସେପଟେ ସମ୍ବାଦିକ ସମ୍ମିଳନୀ ଖବର ଶୁଣିବା ପରେ ଅଧିକାରୀଙ୍କ ସହିତ କଥା ହୋଇ ସାମ୍ବାଦିକମାନେ ରାଷ୍ଟ୍ରୀୟ ମିଡିଆ ସେଣ୍ଟରରେ ପହଁଚିଥିଲେ ।
ମିଡିଆ ରିପୋର୍ଟ ମୁତାବକ, ସାମ୍ବାଦିକମାନଙ୍କ ସହିତ କଥା ହେବା ପାଇଁ ସେଠାରେ ମନ୍ତ୍ରାଳୟର ତିନି ଜଣ ବରିଷ୍ଠ ଅଧିକାରି ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଉପସ୍ଥିତ ଥିଲେ । ସେଠାରେ ସାମ୍ବାଦିକମାନଙ୍କୁ କୁହାଯାଇଛି କି ଅର୍ଥମନ୍ତ୍ରାଳୟ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତ୍ୟେକ ଗୁରୁବାର ମନ୍ତ୍ରାଳୟରେ ସାମ୍ବାଦିକ ସମ୍ମିଳନୀ ହେବ । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଥିବା ପ୍ରବକ୍ତା ସିଧାସଳଖ କହିଛନ୍ତି କି ଅଧିକାରୀ ତାଙ୍କ ବୟାନ ପଢିବେ ଏବଂ କୌଣସି ପ୍ରଶ୍ନର ଜବାବ ଦେବେ ନାହିଁ । ଯଦି କୌଣସି ସାମ୍ବାଦିକ ତାଙ୍କ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମନ୍ତ୍ରାଲୟକୁ ଇମେଲ କରିବାକୁ ହେବ ।