ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକ ପାଇଲା ନୂତନ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବସବରାଜ ବୋମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ତାଙ୍କ ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ କରିବା ପୂର୍ବରୁ ବୋମାଇ ଦିନର ଆରମ୍ଭ ଅଂଜନେୟ ମନ୍ଦିରରେ ଭଗବାନଙ୍କ ଆର୍ଶିବାଦ ନେଇ କରିଛନ୍ତି । ସେ କହିଛନ୍ତି କି ଆଜି ଆମେ ଏକ କ୍ୟାବିନେଟ ବୈଠକ କରିବୁ । ଏହାପରେ ଏକ ବରିଷ୍ଠ ଅଧିକାରୀଙ୍କ ବୈଠକ ହେବ । ଯେଉଁଥିରେ ରାଜ୍ୟର କୋଭିଡ ଏବଂ ବନ୍ୟା ସ୍ଥିତି ର ସମୀକ୍ଷା କରାଯିବା ।