କୋଲକାତା (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି କି, ଲୋକେ କରୋନାର ଚିନ୍ତା କରନ୍ତୁ ନାହିଁ । ଅଧିକରୁ ଅଧିକ ସଂଖ୍ୟକ ଜନତା ମତଦାନ କେନ୍ଦ୍ରରେ ପହଁଚି ନିର୍ଭୟରେ ସେମାନଙ୍କର ମତାଧିକାର ବ୍ୟବହାର କରନ୍ତୁ । ସେହିପରି କରୋନା ରୋଗୀଙ୍କ ପାଇଁ ଅଲଗା ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି । ଏହାସହିତ ମୁଁ ତୁମ ଜଗୁଆଳୀ ।
ରବିବାର ସନ୍ଧ୍ୟାରେ ଭର୍ଚୁଆଲ ରାଲିକୁ ସମ୍ବନ୍ଧିତ କରି କରୋନାର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଥିଲେ ମମତା । ସେ କହିଥିଲେ କି କରୋନାକୁ ନିୟନ୍ତ୍ରିତ କରିବା ପାଇଁ ହସ୍ପିଟାଲରେ ବେଡ, ଅକ୍ସିଜେନ ଏବଂ ଔଷଧର ବ୍ୟବସ୍ଥା ହୋଇନାହିଁ । ଆମ ଦେଶକୁ ଛାଡିଦେଲେ ୮୦ ଟି ଦେଶକୁ ଟୀକା ରପ୍ତାନୀ କରାଯାଇଛି ଏବଂ ଦେଶର ଜନତା ଟୀକା ପାଇଁ ଇଆଡେ ସିଆଡେ ବୁଲୁଛନ୍ତି ।