ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅପରାହ୍ନ ୪ଟା ବେଳେ ରୋବର୍ଟ ଭଦ୍ରା ପ୍ରବର୍ତ୍ତନ ନର୍ଦ୍ଦେଶାଳୟରେ ହାଜର ହେବେ । ଏହାପ ପୂର୍ବରୁ ଭଦ୍ରା ଏବଂ କଂଗ୍ରେସକୁ ବିଜେପି ଟାର୍ଗେଟ କରିଛି । ଦଳ ପକ୍ଷରୁ ସମ୍ବିତ ପାତ୍ର କହିଛନ୍ତି କି, ଦିଲ୍ଲୀରେ ଦୁଇଜଣ ଆପରାଧୀଙ୍କ ପୋଷ୍ଟର ଲଗାଯାଉ । ଉଭୟ ଅପରାଧୀ ଜମାନତ ବାହାରେ । ରାହୁଲ ଗାନ୍ଧୀ ଅପରାଧୀ ନମ୍ବର ୧ ଏବଂ ଭଦ୍ରା ଅପରାଧୀ ନମ୍ବର ୨ ।
ଖବରମୁତାବକ, କଂଗ୍ରେସ କାର୍ଯ୍ୟାଳୟ ବାହାରେ ପାଖାପାଖି ୧୫୦ଟି ପୋଷ୍ଟର ଲଗାଯାଇଥିଲା । ବୁଧବାର ସକାଳେ ଏନଡିଏମସି ପକ୍ଷରୁ ସେହି ପୋଷ୍ଟରକୁ ହଟାଇ ଦିଆଯାଇଛି । ଯେଉଁଥିରେ ରୋବର୍ଟ ଭଦ୍ରା ବି ସାମିଲ ଥିଲେ । ଏହି ପୋଷ୍ଟର ଲେଖା ଥିଲା କି, ‘କଟ୍ଟର ସୋଚ ନେହିଁ, ଯୁବା ଯୋଶ’ । ଏମଡିଏମସି ର କହିବାନୁଯାୟୀ ଭୁଲ୍ ଜାଗାରେ ପୋଷ୍ଟର ଲଗାହୋଇଥିଲା, ସେଥିପାଇଁ ହଟାଇ ଦିଆଗଲା ।
ଭଦ୍ରାଙ୍କର ଲଣ୍ଡନରେ ୮ ରୁ ୯ ଖଣ୍ଡ ପ୍ରପର୍ଟି ଥିବା ଅଭିଯୋଗ କରି ବିଜେପି ପ୍ରବକ୍ତା କହିଛନ୍ତି କି, ପେଟ୍ରୋଲିୟମ ଏବଂ ଡିଫେନ୍ସ ଡିଲ୍ସ ମାମଲାରେ ଭଦ୍ରା ୫୦୦୦ କୋଟିର ଦଲାଲ କରିଛନ୍ତି । ଭଦ୍ରାଙ୍କ ବଂଶ ବୁନିଆଦି ଭ୍ରଷ୍ଟାଚାରରେ ଲିପ୍ତ । ଏହି ଟଙ୍କାକୁ ଭଦ୍ରାଙ୍କ କମ୍ପାନୀ ପକ୍ଷରୁ ସ୍କାଇଲାଇଟ୍ ହସ୍ପିଟାଲିଟି ଖାତାକୁ ପଠା ଯାଇଛି, ଯାହାଦ୍ୱାରା ଭଦ୍ରା ଲଣ୍ଡନରେ ପ୍ରପଟି କିଣିଛନ୍ତି ।