ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଖୁଲମଖୁଲା ବିଜେପିର ଗୁଣ୍ଡାଗିରି ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ସହରାନପୁର ଜିଲ୍ଲାର କୃଷକ ୟୁନିୟନ ନେତା ଅରୁଣ ରାଣାଙ୍କ ଉପରକୁ ଜୋତା ମାରିବାକୁ ଉଠାଇଛନ୍ତି ବିଜେପି ଅଧ୍ୟକ୍ଷ ବିଜେନ୍ଦ୍ର କଶ୍ୟପ । ପ୍ରକୃତରେ ଏକ ଲାଇଭ ସୋ’ରେ ଆଖୁ ଚାଷୀଙ୍କ ବଳକା ରାଶି ମାମଲାରେ ବିଜେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ କୃଷି ନେତା ଅରୁଣ ରାଣା । ଏହାପରେ ବିଜେନ୍ଦ୍ର ତାଙ୍କ ରାଗି ଯାଇ ଅରୁଣଙ୍କ ଉପରକୁ ଜୋତା ମାରିବା ପାଇଁ ଉଠାଇଥିଲେ । ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିବା ସହ ଭାଇରାଲ ହେବାରେ ଲାଗିଛି ।
ଏହାପେର ସେଠାରେ ଉପସ୍ଥିତ ଥିବା ଲୋକ ଘଟଣାରେ ହସ୍ତକ୍ଷେପ କରିବା ସହ ବିଜେପି ନେତାଙ୍କୁ ଶାନ୍ତ କରାଇଥିଲେ । କିନ୍ତୁ ତାଙ୍କର ଏହି କାରନାମା ସେଠାରେ ଉପସ୍ଥିତ ଥିବା କ୍ୟାମେରାରେ କଏଦ ହୋଇଯାଇଛି ।
ଖବରମୁତାବକ, ଉତ୍ତରପ୍ରଦେଶର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସରକାରଙ୍କ ଉପରେ ଆଖୁ ଚାଷୀଙ୍କ ବଳକା ରାଶିକୁ ନେଇ ହମଲା କରିଥିଲେ । ଯୁପି ମୁଖ୍ୟମନ୍ତ୍ରୀଙ୍କଚ ଟାର୍ଗେଟ କରି ପ୍ରିୟଙ୍କା କହିଥିଲେ କି,କୁଆଡେ ଗଲେ କୃଷକଙ୍କ ଶୁଭଚିନ୍ତ, ଯିଏ ଏତେ ବଡ ବଡ ପ୍ରତିଶୃତି ଦେଇଥିଲେ । ଏହାପରେ ବି କୃଷକ ଭୋକରେ ମରିବାର ସାମ୍ନା କରୁଛନ୍ତି ।