ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନିଜକୁ ଚୌକିଦାର ବୋଲି ସମ୍ବୋନ୍ଧିତ କରିଥିଲେ । ଏହାପରେ ଧୀରେ ଧୀରେ ବିଜେପିର ସମସ୍ତ ନେତା ନିଜକୁ ଚୌକିଦାର ବୋଲି କହିବାରେ ଲାଗିଛନ୍ତି । ଏବେ ଚାରିଆଡେ ଏହି ଚୌକିଦାର ଶଦ୍ଧକୁ ନେଇ ଟ୍ରେଣ୍ଡ ଚାଲିଛି । ଇତି ମଧ୍ୟରେ ବିଜେପିର ଆଉ ଜଣେ ନେତା କେବଳ ନିଜକୁ ଚୌକିଦାର କହୁନାହାନ୍ତି ବରଂ ସେ ଭଗବାନଙ୍କୁ ମଧ୍ୟ ଚୌକିଦାର କରିବାରେ ଲାଗି ପଡିଛନ୍ତି । ଭଗବାନ୍ ରାମ, ଭୋଳାଶଙ୍କର ଏବଂ ହନୁମାନଙ୍କୁ ବି ସେ ଚୌକିଦାର କରିଦେଇଛନ୍ତି । ଉତ୍ତର ପ୍ରଦେଶର ଏକ ନିର୍ବାଚନ ରାଲି ଅବସରରେ ବିଜେପି ନେତା ଦ୍ୱାରା ଭଗବାନଙ୍କୁ ଚୌକିଦାର କହିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶାହଜହାଁପୁର ଜିଲ୍ଲାର ବିଜେପି ନେତା ମନୋଜ କଶ୍ୟପ ନିର୍ବାଚନ ରାଲିକୁ ସମ୍ବୋନ୍ଧିତ କରିବା ସମୟରେ ସେ ଭଗବାନଙ୍କୁ ଚୌକିଦାର ବୋଲି କହିଥିଲେ ।
Shahjahanpur BJP leader Manoj Kashyap raises chants of Ram and Hanuman to be 'Chaukidar' at a public meeting. pic.twitter.com/sOX8bb7yfg
— Piyush Rai (@Benarasiyaa) April 5, 2019
ଭିଡିଓଟି ଅପ୍ରିଲ ୨ ତାରିଖର ବୋଲି ଜାଣିବାକୁ ମିଳିଛି । ଭିଡିିଓରେ ବିଜେପି ନେତା ଜଣଙ୍କ ଭଗବାନ ରାମ, ଭୋଳାଶଙ୍କର ଏବଂ ହନୁମାନଙ୍କୁ ଚୌକିଦାର କହୁଥିବାର ନଜର ଆସୁଛନ୍ତି । ନେତା ଜଣଙ୍କ ନାରା ବାଜ୍ କରି କହୁଛନ୍ତି କି, ‘ମୋ ନିଜର ଚୌକିଦାର, କୃଷକଙ୍କ ନିଜର ଚୌକିଦାର’, ମୋ ଶଙ୍କର ଚୌକିଦାର, ମୋ ରାମ ଚୌକିଦାର, ମୋ ହନୁମାନ ଚୌକିଦାର, ଜୋର୍ ସେ କୁହନ୍ତୁ ଚୌକିଦାର । କଶ୍ୟପଙ୍କ ଏହି ନାରାର ଜବାବରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଜନତା ବି ଚୌକିଦାର କହୁଛନ୍ତି ।
ରିପୋର୍ଟ ମୁତାବକ, ଶାହଜହାଁପୁର ଲୋକସଭା ସିଟ୍ ପାଇଁ ମନୋଜ କଶ୍ୟପଙ୍କୁ ପାର୍ଟିର ଷ୍ଟାର ପ୍ରଚାରକ କରାଯାଇଛି । ଶାହଜହାଁପୁରର ବିଜେପି ପ୍ରାର୍ଥୀ ଅରୁଣ ସାଗରଙ୍କ ପାଇଁ ମନୋଜ ପ୍ରଚାର କରିବା ସମୟରେ ଭଗବାନଙ୍କୁ ଚୌକିଦାର ବୋଲି କହିଥିଲେ । ତାଙ୍କ ସହିତ କୃଷି ମନ୍ତ୍ରୀ ଧର୍ମପାଳ ସିଂହ ବି ଏହି ଭିଡିଓରେ ନଜର ଆସୁଛନ୍ତି ।