ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପରେ ମୁସଲମାନଙ୍କ ପ୍ରତି ବିଜେପିର ସକ୍ରିୟତା ବଢିଯାଇଛି । ଗତ କିଛି ଦିନ ହେବ ମୁସଲମାନ କ୍ଷେତ୍ରରେ ନବନିର୍ବାଚିତ ସାଂସଦ ସତ୍ୟଦେବ ପଚ୍ୟାରୀ ଲଗାତର ଭାବେ କାମ କରି ଚାଲିଛନ୍ତି । ସେଠାକାର ଲୋକଙ୍କ ସହିତ ସେ ଦେଖାହୋଇ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସନ୍ଦେଶକୁ ଲୋକଙ୍କ ପାଖରେ ପହଁଚାଉଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ , ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାନପୁରରେ ପଚ୍ୟାରି ରହି ସେଠାକାରସ ସମସ୍ତ ଲୋକଙ୍କ ସହିତ ସାକ୍ଷାତ କରିଛନ୍ତି । ସେ କହିଛନ୍ତି କି ମୁସଲମାନ ବର୍ଗର ଲୋକଙ୍କ ବିକାଶ ବିଜେପି ଚାହୁଁଛି । ଇତି ମଧ୍ୟରେ ଦଳ ପକ୍ଷରୁ ବି ମୁସଲମାନ କ୍ଷେତ୍ରରେ ମଣ୍ଡଳବାର ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।
ସେପଟେ ବିଜେପିର ଅଳ୍ପସଂଖ୍ୟକ ମୋର୍ଚ୍ଚ ପଦାଧିକାରୀଙ୍କ ଦାୟିତ୍ୱ ବଢିଯାଇଛି । ଏହି ମୋର୍ଚ୍ଚାର ସମସ୍ତ ପ୍ରମୁଖ ପଦାଧିକାରୀଙ୍କ ଘରକୁ ସାଂସଦ ଯାଇ ଦେଖାହେବା ସହିତ ସେମାନଙ୍କୁ ମୋଦିଙ୍କ ସନ୍ଦେଶ ଶୁଣାଉଛନ୍ତି । କୁହାଯାଉଛି କି ଗତ କିଛି ବର୍ଷ ହେବ ବିଜେପି ଯେପରି ଅନୁସୂଚିତ ଜାତି ପାଇଁ ସକ୍ରିୟ, ଠିକ୍ ସେହିପରି ମୁସଲମାନ କ୍ଷେତ୍ରରେ ବି ସକ୍ରିୟତା ବଢାଉଛନ୍ତି ।