ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ଅନ୍ତଘଟିଛି କର୍ଣ୍ଣାଟକର ରାଜନୈତିକ ନାଟକ । ଏଚଡି କୁମାରସ୍ୱାମୀ ସରକାର ବହୁମତ ପରୀକ୍ଷଣରେ ଫେଲ୍ ମାରିବା ପରେ ସତ୍ତାରୁ ବାହାର ହୋଇଛନ୍ତି । ସେପଟେ ମତବିଭାଜନରେ କୁମାରସ୍ୱାମୀଙ୍କ ପକ୍ଷରେ ୯୯ ଏବଂ ବିରୋଧୀଙ୍କ ପକ୍ଷରେ ୧୦୫ ଭୋଟ ପଡିଥିଲା । ଏହାପରେ ରାତା ରାତି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର କୁମାରସ୍ୱାମୀ ଦେଇଥିଲେ । ଅପରପକ୍ଷେ ନେତା ପ୍ରତିପକ୍ଷ ଏବଂ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଏସ ୟଦୁରପ୍ପା ସରକାର ଗଢିବେ ବୋଲି ଭରଷା ଦେଇଛନ୍ତି ।
ଇତି ମଧ୍ୟରେ ବିଳମ୍ବିତ ରାତିରେ ୟଦୁରପ୍ପାଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ସେହିପରି ବୁଧବାର ଆଉ ଏକ ବୈଠକ ମଧ୍ୟ ରହିଛି । ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ପତ୍ର ଲେଖି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ୟଦୁରପ୍ପା । ସେପଟେ କୁହାଯାଉଛି କି ଆଜି ରାଜ୍ୟ ପାଳଙ୍କ ସହ ସାକ୍ଷାତ କରିବେ ୟଦୁରପ୍ପ । ଏହାସହିତ ସେ ଆଜି ସନ୍ଧ୍ୟାରେ ଅମିତ୍ ଶାହାଙ୍କୁ ସାକ୍ଷାତ କରିବେ ବୋଲି ଦିଲ୍ଲୀ ଗସ୍ତରେ ଯିବେ ।
ସେପଟେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିଜେପି ନେତା ସଦାନନ୍ଦ ଗୌଡ ସ୍ପଷ୍ଟ କରିଛନ୍ତି କି ୟଦୁରପ୍ପା ହିଁ ମୁଖ୍ୟମନ୍ତ୍ରୀ ହେବେ । ସେ କହିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱ ପ୍ରଥମରୁ ଏହି ବିଷୟରେ ତାର ମତ ସ୍ପଷ୍ଟ କରି ସାରିଛି । ସେହିପରି ବିଜେପି ନେତା ଜଗଦୀଶ ଶେଟ୍ଟାର କହିଛନ୍ତି କି ଆମ ସହିତ ୧୦୫ ବିଧାୟକ ଅଛନ୍ତି । ସଦନରେ ଆମର ବହୁମତ ରହିଛି । ଆମେ ସରକାର ଗଢିବୁ । ବାଗୀ ବିଧାୟକଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ବାଚସ୍ପତି ସ୍ୱୀକାର କରି ନାହାନ୍ତି । ଆଗକୁ ଦେଖିବାକୁ ବାକି ରହିଛି ସେମାନେ ବିଜେପି ସହିତ ମେଣ୍ଟ ଗଢିବାକୁ ଚାହୁଁଛନ୍ତି କି ନାହିଁ ।
ସୁପ୍ରିମ କୋର୍ଟଙ୍କ ପକ୍ଷରୁ ମଙ୍ଗଳବାର କୁହାଯାଇଛି କି କର୍ଣ୍ଣାଟକର ଦୁଇ ନିର୍ଦଳୀୟ ବିଧାୟକଙ୍କ ଦ୍ୱାରା ବିଧାନସଭାରେ ଖୁବ୍ ଶୀଘ୍ର ଫ୍ଲୋରଟେଷ୍ଟ କରିବା ଦାବି ପିଟିସନ ଉପରେ ଶୁଣାଣି କରାଯିବ । ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଜାରି କରାଯାଇଥିଲା ବରିଷ୍ଠ ଓକିଲ ଅଭିଶେଖ ମନୁ ସିଂଘବ ପୀଠରେ କହିଛନ୍ତି କି , ବାଚସ୍ପତି ଆଶା ରଖିଛନ୍ତି ଆଜି ସନ୍ଧ୍ୟା ଭିତରେ ବିଶ୍ୱାସ ମତ ହୋଇଯିବ । ସେହିପରି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାର ପୀଠରେ କୁହାଯାଇଛି କି ବୁଧବାର ଏହି ମାମଲାର ଶୁଣାଣି ହେବ । ଅନ୍ୟପଟେ ନିର୍ଦଳୀୟ ବିଧାୟକଙ୍କ ପକ୍ଷରୁ ଜାରି କରାଯାଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି କି ଅତି କମରେ ଅଦାଲତ ପକ୍ଷରୁ କୁହାଯିବା ଉଚିତ୍ କି ମଙ୍ଗଳବାର ସୁଧା ବିଶ୍ୱାସ ମତ ହୋଇ ଯିବା ଉଚିତ୍ ।
ସୂଚନାଯୋଗ୍ୟ,କଂଗ୍ରେସ-,ଜେଡିୟସ ର ୧୪ ବିଧାୟକ ଇସ୍ତଫା ଦେବା ପରେ ସରକାର ସଂକଟ ଘେରକୁ ଆସି ଯାଇଥିଲା । ହୁଏତ ଏମାନଙ୍କ ମଧ୍ୟରୁ ଜଣେ କଂଗ୍ରେସ ବିଧାୟକ ସରକାରଙ୍କ ସମର୍ଥନରେ ଭୋଟ ଦେଇଛନ୍ତି । ବିଧାୟକ ଏଚ ନାଗେଶ ଏବଂ ଆର ରମେଶ ବି ସରକାରଙ୍କ ସମର୍ଥନ ଫେରାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦୁଇ ବିଧାୟକ ସେମାନଙ୍କର ପାଶା ବଦଳାଇ ବିଜେପିରେ ଏଣ୍ଟ୍ରି କରିଥିଲେ ।