ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟି ତଥା ବିଜେପିର ଟିକଟ ବିତରଣକୁୁ ନେଇ ମଧ୍ୟପ୍ରଦେଶର ସାଗର ସଂସଦୀୟ କ୍ଷେତ୍ରର ସାଂସଦ ଲକ୍ଷ୍ମୀ ନାରାୟଣ ଯାଦବ ଅସୋନ୍ତଷ ପ୍ରକାଶ କରିଛନ୍ତି । ସେ କୌଣସି ନେତାଙ୍କ ନାଁ ନନେଇ କହିଛନ୍ତି କି ସାଗରର ଟିକେଟ ଜଣେ ନେତା ହାଇଜ୍ୟାକ କରିଦେଇଛନ୍ତି, ଏବଂ ଟିକେଟ ହାଇଜ୍ୟାକ କରିଥିବା ନେତା ଜଣଙ୍କ କିଏ ତଙ୍କୁ ସମସ୍ତେ ଜାଣିଛନ୍ତି ।
ଚଳିତ ନିର୍ବାଚନରେ ବିଜେପି ସାଂସଦ ଯାଦବଙ୍କ ବୟସ ଯୋଗୁଁ ତାଙ୍କୁ ପ୍ରାର୍ଥୀ ଟିକେଟ ଦିଆଯାଇ ନାହିଁ । ତାଙ୍କ ବୟସ ୭୫ ବର୍ଷ ପାର୍ ହୋଇଗଲାଣି । ବୁଧବାର ଯାଦବ ସାମ୍ବାଦିକଙ୍କ ସହ ଆଲୋଚନା କରି ଦଳର ନିଷ୍ପତିକୁ ଉଚିତ୍ ବୋଲି କହିଛନ୍ତ, କିନ୍ତୁ ରାଜବାହାଦୂର ସିଂହଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ସେ ଅସୋନ୍ତଷ ପ୍ରକାଶ କରିଛନ୍ତି ।
ଏନେଇ ଯାଦବ କହିଛନ୍ତି କି, ସାଗର ସଂସଦୀୟ କ୍ଷେତ୍ରରେ ଅନେକ ଦାବେଦାର ଥିଲେ,ମାତ୍ର ଜଣେ ନେତା ଟିକେଟ ହାଇଜ୍ୟାକ୍ କରିନେଲେ । ଦଳ ପାଇଁ ଏହା ଭଲ ନୁହେଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ରାଜ୍ୟରେ ଯାଦବ ମତଦାତା ପାଖାପାଖି ସାତ ପ୍ରତିଶତ ଅଛନ୍ତି, ସେଠାରେ କ୍ଷେତ୍ରୀୟଙ୍କ ସଂଖ୍ୟା ବହୁତ କମ୍ । କିନ୍ତୁ ପାଞ୍ଚ କ୍ଷେତ୍ରୀୟଙ୍କୁ ଟିକେଟ ଦିଆ ଯାଇଛି ।