ମୁମ୍ବାଇ (ଏଟିଆର ବ୍ୟୁରୋ); ରାଜନୀତି ମୈଦାନରେ ଯୋଗଦେବେ ଦକ୍ଷିଣୀ ଭିଲିଆଲ ପ୍ରକାଶ ରାଜ । ତେବେ କୈାଣସି ରାଜନୈତିକ ଦଳରେ ଯୋଗ ଦେବେନି । ୧୦୨୯ ସାଧାରଣ ନିର୍ବାଚନରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଏହି ଅଭିନେତା । ବିଗତ କିଛି ଦିନ ହେବ ବିଜେପି ଏବଂ ମୋଦୀ ବିରୋଧରେ ମନ୍ତବ୍ୟ ଦେଇ ରାଜନୀତି ମୈଦାନରେ ଖୁବ୍ ଚଚ୍ଚା ରହି ଆସୁଛନ୍ତି ପ୍ରକାଶ ରାଜ । ଗତ ବର୍ଷ ସେପ୍ଟେମ୍ବର ମାସରେ ସାମ୍ବାତିକ ଗୈାରୀ ଲଙ୍କେଶଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦାବି କରିଥିବା ସ୍ୱେଛାସେବୀଙ୍କ ମଧ୍ୟରେ ପ୍ରକାଶ ଅନ୍ୟତମ ଥିଲେ । ତେବେ ପ୍ରକାଶ ସେବେଠାରୁ ମୋଦୀଙ୍କ ବିରୋଧୀ ହୋଇ ଯାଇଥିବା ମଧ୍ୟ ପ୍ରକାଶ କରିଛନ୍ତି ପ୍ରକାଶ ।
ନିଜର ସୋସିଆଲ ମିଡିଆ ଟ୍ୱିଟର ପେଜରେ ରାଜନୀତିକୁ ଆସିବା କଥା ଟ୍ୱିଟ କରିଛନ୍ତି ପ୍ରକାଶ ରାଜ । ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ପରିଚିତ ଥିବା ଏହି ଅଭିନେତା ରାଜନୀତିରେ ପ୍ରବେଶ ବହୁ ସାଧାରଣ ଲୋକ ସମର୍ଥନ ଜଣାଇଛନ୍ତି । ସେପଟେ ମୋଦୀଙ୍କ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ବଲିଉଡ ଫିଲ୍ମରେ ସୁଯୋଗ ମିଳୁନାହିଁ ବୋଲି କହିଛନ୍ତିି ପ୍ରକାଶ ରାଜ ।