ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ମାୟାବତୀ ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଲୋକସଭା ନିର୍ବାଚନ ଲଢିବେ ନାହିଁ । ତାଙ୍କ ଗଠବନ୍ଧନ ବହୁତ ଭଲ ସ୍ଥିତିରେ ଅଛି । ତାଙ୍କ ମତରେ ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ନ ଲଢିବା ଦଳ ପାଇଁ ହିତ କର । ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ଗଠବନ୍ଧନ ପରେ ମାୟାବତୀ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ପରେ ଏହି ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି ।
Bahujan Samaj Party (BSP) Chief Mayawati: I will not contest the Lok Sabha elections. pic.twitter.com/88oGmtd6Ww
— ANI UP (@ANINewsUP) March 20, 2019
ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ର ଗଠବନ୍ଧନ ପରେ ଦସ୍ୱବ ଦଳ ପ୍ରତ୍ୟେକ ମୋର୍ଚ୍ଚାରେ ଏକାଠି ନଜର ଆସିଛନ୍ତି । ଗତକାଲି ସାମଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସାମଜବାଦୀ ପାର୍ଟି ଏବଂ ବହୁଜନସମାଜବାଦୀ ପାର୍ଟିର ଗଠବନ୍ଧନର ଲୋଗୋ ଟ୍ୱିଟ୍ କରିଛନ୍ତି । ସେହି ଲୋଗୋର ଟାଇଟଲ ରହିଛି ‘ଇତିହାସ ଚକ୍ର’ । ଏହାସହିତ ବହୁଜନସାମଜବାଦୀ ପାର୍ଟିର ସୁପ୍ରିମୋ ମୟାବତୀଙ୍କ ଗରିବଙ୍କ ସ୍ୱର କହି କହିଥିଲେ କି ଏହା ଏବେ ମହାପରିବର୍ତ୍ତନର ସମୟ, ଯାହା ହୋଇକି ହିଁ ରହିବ ।