ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୀର୍ଘ ୫୦ ବର୍ଷ ପରେ ସଂସଦରେ ମହିଳା ଅର୍ଥମନ୍ତ୍ରୀ ଉପସ୍ଥାପନ କଲେ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମୁଣିରୁ ଗରୀବ,ଚାଷୀ ଏବଂ ମଧ୍ୟବିତଙ୍କ ପାଇଁ ଭଲ ଖବର ରହିଥିବା ବେଳେ ଧନୀ ଲୋକଙ୍କ ପାଇଁ ରହିଛି ମହଙ୍ଗା ମାଡ । ବର୍ତ୍ତମାନ ୨ରୁ ୫ କୋଟି ବର୍ଷିକ ରୋଜଗାର କରୁଥିବା ଲୋକଙ୍କୁ ଅତିରିକ୍ତ ୩ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ସେହପରି ୫ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କୁ ଅତିରିକ୍ତ୭ ପ୍ରତିଶତ ସରଚାର୍ଜ ଦେବାକୁ ପଡିବ । କୁହାଯଉଛି ଯେ ମୋଦୀ ସରକାର ଧନୀଙ୍କଠାରୁ ଆଣି ଗରୀବଙ୍କୁ ଦେବାକୁ ଚେଷ୍ଟା କରିଛି ।
ଅନ୍ୟପଟେ ମଧ୍ୟବିତ୍ତଙ୍କୁ ବଜେଟରେ ଆସ୍ୱସ୍ତି। ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଚଳିତ ବଜେଟ୍ ୨୦୧୯ରେ ଉପସ୍ଥାପିତ କରାଯାଇଛି। ତେବେ ୫ ଲକ୍ଷରୁ ଅଧିକ ଆୟକାରୀ ନିବେଶ କରୁନଥିଲେ ସେମାନେ ଟିକସ ଦେବାକୁ ବାଧ୍ୟ ବୋଲି ବଜେଟରେ ନିଷ୍ପତି ହୋଇଛି। ସେପଟେ ଏଣିକି ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କ ଉପରେ ଚଳିତ ବଜେଟରେ ୩୦% ଟିକସ ଲଗାଇଛନ୍ତି କେନ୍ଦ୍ର ସରକାର। ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରୋଜଗାର ଟିକସ ମୁକ୍ତ।