ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ୮୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ମାନବ ସଂସାଧନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ମାସରେ ଏକ ଐତିିହାସିକ ନିଷ୍ପତି ନେଇ ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଥିଲେ ।
ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ୬ ହଜାର କୋଟି ଟଙ୍କାର ଅଟଳ ଜଳ ମିଶନ ଯୋଜନା ର ମଞ୍ଜୁର ଦେଇଛନ୍ତି । ସେହିପରି ଅଟଳ ଟନଲ ପାଇଁ ମଧ୍ୟ ୪ ହଜାର କୋଟି ଟଙ୍କା ଏବଂ ସ୍ୱଦେଶ ପର୍ଯ୍ୟଟନ ଯୋଜନା ପାଇଁ ୧୮୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
କେନ୍ଦ୍ରଶାସିତ ପ୍ରଦେଶ ‘ଦାମନ ଡିଉ ତଥା ଦାଦର ନଗର ହାବେଳି’ ର ରାଜଧାନୀ ଦାମନ ହେବ । ପ୍ରଧାନନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ସମସ୍ତ ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି । ଗତମାସ ଡିସେମ୍ବର ମାସରେ କେନ୍ଦ୍ର ଶାସିତ ପ୍ରଦେଶକୁ ଏକିକରଣ କରାଯାଇଥିଲା । ଏହାସହିତ ବସ୍ତୁ ଏବଂ ସେବାକର, ମୂଲ୍ୟବର୍ଦ୍ଧିତ କର ତଥା ରାଜ୍ୟ ଉତ୍ପାଦ ଶୁଳ୍କର ଅଧିନିୟମରେ ପରିବର୍ତ୍ତନ ପାଇଁ ମଧ୍ୟ ମନ୍ତ୍ରୀମଣ୍ଡଳରେ ମଞ୍ଜୁର ଦିଆଯାଇଛି । ସେହିପରି ପଛୁଆ ବର୍ଗର ବର୍ଗିକରଣ ପାଇଁ ଗଠିତ ଆୟୋଗର କାର୍ଯ୍ୟକାଳ ଜୁଲାଇ ମାସ ପର୍ଯ୍ୟନ୍ତ ବଢାଯାଇଛି ।
ବୈଠକ ଶେଷ ହେବା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି କି, ଅନ୍ୟ ପଛୁଆ ବର୍ଗ ଆୟୋଗକୁ ଛଅ ମାସର କାର୍ଯ୍ୟ ବିସ୍ତାର ଦେବା ସହ ସେମାନଙ୍କ କାର୍ଯ୍ୟକାଳକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରକୃତରେ ଆୟୋଗର କାର୍ଯ୍ୟକାଳ ଜାନୁଆରୀ ୩୧ ରେ ଶେଷ ହେବାକୁ ଥିଲା । ଦେଶର ଛଅ ନୂତନ ପ୍ରୋଦ୍ୟୋଗିକ ସଂସ୍ଥାନ (ଏନଆଇଟି) ର ସ୍ଥାୟୀ ପରିସରର ନିର୍ମାଣ ପାଇଁ ମନ୍ତ୍ରୀମଣ୍ଡଳ ପକ୍ଷରୁ ୪୩୭୧ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଅରୁଣାଚଳ, ନାଗାଲାଣ୍ଡ, ପୁଡୁଚେରୀ, ମିଜୋରାମ , ମିଜୋରାମ, ମେଘାଳୟ, ଦିଲ୍ଲୀ ଆଦି ସ୍ଥାନରେ ଏହି ସଂସ୍ଥାନ ର ସ୍ଥାୟୀ ପରିସର ଖୋଲିବ । ପୂର୍ବରୁ ପ୍ରତ୍ୟେକ ଏନଆଇଟ ପାଇଁ ୨୫୦-୨୫୦ କୋଟି ଟଙ୍କା ମାନେ ସର୍ବମୋଟ ୧୫୦୦ କୋଟି ଟଙ୍କାର ବଜେଟ ଥିଲା । ଯାହାକୁ ବୃଦ୍ଧି କରାଇ ଏବେ ୪୩୭୧ କୋଟି ଟଙ୍କା କରାଯାଇଛି ।