ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ଏକ ରେଜିଷ୍ଟର ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କେନ୍ଦ୍ର ସରକାର । ଯାହାର ନାଁ ରହିଛି ନ୍ୟାସନାଲ ବିଜନେସ୍ ରେଜିଷ୍ଟର । ଏହି ନ୍ୟାସନାଲ ବିଜେସେନ୍ ରେଜିଷ୍ଟରରେ ପ୍ରତ୍ୟେକ ଜିଲ୍ଲାର ସମସ୍ତ ଛୋଟ ବଡ ବ୍ୟବସାୟର ସୂଚନା ରହିବ ।
ରିପୋର୍ଟ ମୁତାବକ, ନ୍ୟାସନାଲ ବିଜନେସ୍ ରେଜିଷ୍ଟରେ ଏକାଠି କରାଯାଇଥିବା ଡାଟାରୁ ନ୍ୟାସନାଲ ଆକାଉଣ୍ଟସ୍ ର ଗୁଣବତ୍ତାରେ ସୁଧାର ଆସିବ । ଏହା ଜରିଆରେ ଭାରତରେ ଥିବା ସମସ୍ତ ବିଜନେସ୍ ସଂସ୍ଥାର ଡାଟା ଗୋଟେ ସ୍ଥାନରେ ମିଳିବ ।
ମିଡିଆ ରିପୋର୍ଟ ମୁତାବକ, ଏହି ବିଜନେସ୍ ରେଜିଷ୍ଟରରେ ମାଲ, ସେବାର ର ଉତ୍ପାଦନ ଏବଂ ବିତରଣରେ ଲାଗିଥିବା ସମସ୍ତ ବିଜନେସ୍ ସଂସ୍ଥାର ସୂଚନା ରହିବ । ଏହାକୁ ଜିଏସଟି ନେଟୱାର୍କ, କର୍ମଚାରୀ ରାଜ୍ୟ ବୀମା ନିଗମ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ପୋରେଟ୍ ମାମଲାର ମନ୍ତ୍ରାଳୟରୁ ମିଳୁଥିବା ସଂଖ୍ୟାରୁ ନିୟମିତ ଆଧାର ଉପରେ ଅପଡେଟ୍ କରାଯିବ ।
ଏନେଇ ଜଣେ ଅଧିକାରୀ କହିଛନ୍ତି କି, ସାଂଖିକ ଏବଂ କାର୍ଯ୍ୟକ୍ରମ ମନ୍ତ୍ରାଳୟର ଆର୍ଥିକ ଗତିବିଧିର ସଠିକ୍ ଆକଳନ ପାଇଁ ଏହି ରେଜିଷ୍ଟର ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଭାରତର ସମସ୍ତ ବିଜନେସ୍ ସଂସ୍ଥା ର ସୂଚନା ଗୋଟେ ସ୍ଥାନରେ ମିଳିପାରିବ ।