ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲେଫ୍ଟିନେଣ୍ଟ ଜେନେରାଲ ଡିଏସ ହୁଡ୍ଡାଙ୍କୁ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଦୃଷ୍ଟିପତ୍ର ତିଆରି କରିବା ଦାୟିତ୍ୱ ଦିଆଯାଇ ଥିବାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପାଲଟା ବାର୍ କରି କଂଗ୍ରେସ ର ବରିଷ୍ଠ ନେତା ପି.ଚିଦାବରମ୍ ଶନିବାର ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଜେପିକୁ କାହାର ଉପଦେଶ ଜରୁରୀ ନାହିଁ, କାରଣ ତାଙ୍କ ପାଖରେ ନରେନ୍ଦ୍ର ମୋଦି ଅଛନ୍ତି ।
ପୂର୍ବ ଅର୍ଥମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି, ‘ଅରୁଣ ଜେଟଲୀ ଜୀ ଲେଫ୍ଟିନେଣ୍ଟ ଜେନେରାଲ ହୁଡ୍ଡାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଉପରେ ଉପଦେଶ ଦେବାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲେ । କିନ୍ତୁ ତାଙ୍କୁ ଏହା ବି କହିବାର ଥିଲା କି ବିଜେପିକୁ କୌଣସି ଉପଦେଶର ଆବଶ୍ୟକତା ନାହିଁ କାରଣ ତାଙ୍କ ପାଖରେ ମୋଦି ଅଛନ୍ତି ।’
ସେ ଆହୁରୀ ମଧ୍ୟ କହିଥିଲେ କି ବିଜେପିକୁ ଆରବିଆଇର ନେତୃତ୍ୱ ନେବା ପାଇଁ ରଘୁରାମ ରାଜନ ଭଳି ବ୍ୟକ୍ତିଙ୍କର ଆବଶ୍ୟକ ନାହିଁ । କାରଣ ତାଙ୍କ ପାଖରେ ମୋଦି ଜୀ ଅଛନ୍ତି । ପ୍ରକୃତରେ ବିଜେପିକୁ କ୍ୟାବେନଟ୍ ର ଆବଶ୍ୟକ ନାହିଁ କାରଣ ତାଙ୍କ ପାଖରେ ମୋଦି ଅଛନ୍ତି ।
ପ୍ରକୃତରେ ଶୁକ୍ରବାର ଅରୁଣ ଜେଟଲୀ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ହୁଡ୍ଡାଙ୍କ ସେବା ନେବାର ପ୍ରଥମ ସୋପାନରୁ ସଂକେତ ମିଳୁଛି କି ବିଳମ୍ବରେ ହେଊ ନା କାହିଁକି କଂଗ୍ରେସ ଦଳ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ରାଜି ଅଛି । ସବୁଠୁ ବଡ କଥା ହେଉଛି ସର୍ଜିକାଲ ଷ୍ଟ୍ରାଇକ ସମୟରେ ହୁଡ୍ଡା ସେନାଙ୍କ ଉତ୍ତର କମାଣ୍ଡର ପ୍ରମୁଖ ଥିଲେ ।