ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି । ଆଜ୍ଞା ହଁ ବିହାରରେ ପୂବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରିବାର ନିର୍ଣ୍ଣୟ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି କି , ବିହାରରେ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ସହିତ ତାଙ୍କ ଜନ୍ମ ତିଥିକୁ ପ୍ରତ୍ୟେକ ବର୍ଷ ରାଜକୀୟ ସମାରୋହରେ ପାଳିତ କରାଯିବ ।
ସବୁଠାରୁ ଦୁଃଖଦ କଥା ହେଉଛି ଅଗଷ୍ଟ ୨୪ ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏମ୍ସରେ ପରଲୋକ ଘଟିଥିଲା । ଜେଟଲୀଙ୍କ ନିଧନରେ ସାରା ଦେଶ ଦୁଃଖପ୍ରକାଶ କରୁଥିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ବ୍ୟକ୍ତିଗତ ଭାବେ କ୍ଷତି ବୋଲି କହିଥିଲେ । ଏହାପରେ ସେ ରାଜ୍ୟରେ ଦୁଇ ଦିନିଆ ଶୋକ ଘୋଷଣା ମଧ୍ୟ କରିଥିଲେ । ଜେଟଲୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ବନ୍ଧ ଥିଲା ବୋଲି ଜଣାଇଥିଲେ ।
ସେହିପରି ଶନିବାର ନୀତିଶ କୁମାର ବିହାରରେ ଜେଟଲୀଙ୍କ ସ୍ଥାପନା କରିବେ ବୋଲି ଘୋଷଣା କରିଛନ୍ତି । ଏହାସହିତ ଜେଟଲୀଙ୍କ ଜନ୍ମତିଥିକୁ ମଧ୍ୟ ରାଜକୀୟ ସମାରୋହରେ ପାଳିତ କରାଯିବ ବୋଲି ସେ କହିଛନ୍ତି ।