ବାଲେଶ୍ୱର,(ଏଟିଆରବ୍ୟୁରୋ): ନିର୍ବାଚନ ହେବ ନାହିଁ । ରାଜ୍ୟ ସରକାର ଏ ଘୋଷଣା କରିଛନ୍ତି । ହେଲେ ଏବେ ଦେଖିବାକୁ ମିଳିଛି ପାକ ନିର୍ବାଚନୀ ହିଂସା । ରସାଳପୁର ଯଦୁନାଥ କଲେଜରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ରଗୋଷ୍ଠୀ । ସିନିୟର ଛାତ୍ରଗୋଷ୍ଠୀ ଜଣେ ଜୁନିୟର ଛାତ୍ରଙ୍କୁ ମାଡ଼ ମାରିବା ସହ ପାଣିରେ ବୁଡାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କର ସେମିତି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।
ବଡ଼ କଥା ହେଉଛି ପାଣିରେ ବୁଡାଇବା ସମୟର ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ସେପଟେ ମାଡ଼ ଖାଇଥିବା ଛାତ୍ର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସବୁ ଶୁଣିବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଖବର ମିଳିଛି । ସେପଟେ କାଉନସିଲିଂ ଡକାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ୍ ଷ୍ଟାଫ କହିଥିବା ଜଣାପଡିଛି ।