ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଏଣିକି ମାସେ ପର୍ଯ୍ୟନ୍ତ କୌଣସି କଂଗ୍ରେସ ମୁଖପାତ୍ର ଟିଭି ଆଲୋଚନାରେ ଭାଗ ନେଇ ପାରିବେ ନାହିଁ । ଏମିତି ଏକ ନିଷ୍ପତି ନେଇଛି ଦଳ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରେଜୱାଲା । ସୂଚନା ଅନୁସାରେ ଚଳିତ ନିର୍ବାଚନରେ କଂଗ୍ରେସର ବିଫଳତା ନେଇ ଦଳର ବରିଷ୍ଠ ନେତା ମାନେ ଏହି ନିଷ୍ପତି ନେଇଛନ୍ତି । ଅପରପକ୍ଷେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ମଧ୍ୟ ନିଜ ପଦରୁ ଇସ୍ତପା ଦେବା ଜିଦିରେ ଅଟଳ ରହିଛନ୍ତି ।
ଏହିଭଳି ଏକ ସମୟରେ ଟିଭି ଡିବେଟ ଦଳକୁ ବହୁତ କ୍ଷତି ପହଞ୍ଚାଇବା ଆଶଙ୍କା ଥିବାରୁ ଦଳ ପକ୍ଷରୁ ଏମିତି ନିଷ୍ପତି ନିଆଯାଇଛି । ସମସ୍ତ ଟିଭି ଚ୍ୟାନେଲ ମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି କଂଗ୍ରେସ ନେତାଙ୍କୁ ୁ ଆଲୋଚନାକୁ ନ ଡାକିବା ପାଇଁ । ଦଳର ପ୍ରବକ୍ତା ମାନଙ୍କୁ ଟ୍ୱିଟ୍ କରି ରଣଦୀପ ମଧ୍ୟ ଅନୁରୋଧ କରିଛନ୍ତି ବିତର୍କରେ ଭାଗ ନନେବା ପାଇଁ ।
ଏଥର କଂଗ୍ରେସକୁ ମାତ୍ର ୫୨ ଟି ଆସନ ମିଳିଛି । ଯାହାକୁ କଂଗ୍ରେସକୁ ବିଭିନ୍ନ ଆଡୁ ସମାଲୋଚିତ ହେବାକୁ ପଡୁଛି । ଓଡିଶାରେ ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନଙ୍କୁ ଯାଇଛି । ବିଜେପି ଏଥର ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତି ମାନେ ମଧ୍ୟ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ପାଖକୁ ପଠାଇଛନ୍ତି ।