ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ); ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ଦ୍ୱିତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କଙ୍ଗାରୁ ଦଳ ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷରେ ମଇଦାନ ଓହ୍ଲାଉଥିବା ବେଳେ ଘରୋଇ ଦଳ ଆଜିର ମ୍ୟାଚଟି ଜିତି ସିରିଜ ବରାବର ଲକ୍ଷରେ ରହିବ । ସଂନ୍ଧ୍ୟା ୭ଟା ସମୟରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ । ଉଭୟ ଦଳ ପାଇଁ ଆଜିର ମ୍ୟାଚଟି ଗୁରୁତ୍ୱପୂର୍ଣ୍ଣ ଥିବାରୁ ମ୍ୟାଚଟି କଣ୍ଟେଷ୍ଟ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
ଦୁଇ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ଅଛନ୍ତି । ପ୍ରଥମ ଟି-୨୦ରେ ଭାରତ ଜିତିବା ପରିସ୍ଥିତିରେ ଥିଲେ ସୁଦ୍ଧା ଶେଷ ଓଭରରେ ଉମେଶ ଯାଦବଙ୍କ ଖରାପ ବୋଲିଂ ପାଇଁ ଭାରତ ପରାଜୟ ସ୍ୱିକାର କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୬ ରନ କରିଥିଲା । ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଘାଇଳା ହୋଇଥିଲେ କଙ୍ଗାରୁ ଖେଳାଳି । ମାତ୍ର ଶେଷ ଓଭରରେ ଉମେଶ ଯାଦବଙ୍କ ୧୪ ରନ ବ୍ୟୟ ପାଇଁ ଘରୋଇ ଦଳ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ନିଜର ଭୁଲ ସୁଧାରି ମ୍ୟାଚ ଜିତି ସିରିଜ ବରାବର କରିବା ପାଇଁ ଚେଷ୍ଠା କରିବ ଭାରତ ।
ନିକଟରେ ଭାରତ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ପରାସ୍ତ କରି ଇତିହାସ ରଚିଥିଲା । ଏଣୁ ପ୍ରତିଶୋଧ ସ୍ୱରୂପ କଙ୍ଗାରୁ ଦଳ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଟି-୨୦ ଜିତିଛି । ତେବେ ଦଳ ଆଶା ରଖିବ ଘରୋଇ ମାଟିରେ ଭାରତୁ ହରାଇ ବରାବର କରିବା ପାଇଁ । ଆଜିର ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ହୋଇପାରେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।