ସିହୋର ( ଏଟିଆର ବ୍ୟୁରୋ): ସାରା ଦେଶରେ ଆଜି ଚାଲିଚଇ ଭୋଟ ଗଣତି । ଯାହାକୁ ନେଇ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କର ଛାତି ଧଡଧଡ । ନିର୍ବାଚନର ଫଳାଫଳ ଜଣା ପଡିନଥିଲେ ମଧ୍ୟ ଭୋଟର ସଂଖ୍ୟାକୁ ନେଇ ସମସ୍ତେ ଆଶଙ୍କାରେ । କିଏ ଜିତିବ କିଏ ହାରିବ ତାକୁ ନେଇ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଛି । ଏବେ ପର୍ଯ୍ୟନ୍ତ ସୂଚନା ଅନୁସାରେ ଏନଡିଏର ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି ।
ତେବେ ଏହିଭଳି ଏକ ସମୟରେ ମଧ୍ୟପ୍ରଦେଶ ସିହାରୋରେ ଜଣେ କଂଗ୍ରେସ କର୍ମୀ ଗଣତିର ଫଳାଫଳ ନେଇ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂ ଠାକୁର ଭୋଟ ଗଣତି କେନ୍ଦ୍ରରେ ଆଜି ଉପସ୍ଥିତ ଥିଲେ । ଦଳୀୟ କର୍ମୀ ହିସାବରେ ସେ ସେଠାରେ ଉପସ୍ଥିତ ଥିଲେ । ମାତ୍ର ସେଠାରେ ଭୋଟ ଗଣତିର ଫଳାଫଳ ଜାଣିବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ ।
ଅଚାନକ ବେହୋସ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେଠାରେ ସେ କଂଗ୍ରେସ ପ୍ରାର୍ଥୀଙ୍କ ଫଳାଫଳକୁ ଚିନ୍ତିତ ହୋଇ ପଡିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ଭୋଟହାର କମିବାରୁ ସେ ସହଜରେ ଏହାକୁ ଗ୍ରହଣ କରି ପାରିନଥିଲେ । ଯାହା ଫଳରେ ସେ ହୃଦଘାତର ଶିକାର ହୋଇ ବେହୋସ ହୋଇ ପଡିଥିଲେ ।