ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶରେ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ଫିଲ୍ମକୁ ବ୍ୟାନ କରାଯାଇଛି । ମାତ୍ର ପଞ୍ଜାବରେ ଏହି ଫିଲ୍ମକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ସରକାର ସ୍ପଷ୍ଟ କରିଛନ୍ତି ।
ହୁଏତ ଏହି ଫିଲ୍ମକୁ ନେଇ କଂଗ୍ରେସ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଫିଲ୍ମ ତିଆରି କରିବାର ଘୋଷଣା କରିଛି । ପଶ୍ଚିମ ଅମୃତସରର କଂଗ୍ରେସ ବିଧାୟକ ରାଜକୁମାର ବେରକା ଏନେଇ ସୂଚନା ଦେଇଛନ୍ତି ।
ଖବରମୁତାବକ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଉପରେ ଆଧାରିତ ଏହି ଫିଲ୍ମଟି ଏକ ବହି ଉପରେ ଆଧାରିତ । ଏହାର ଟ୍ରେଲର ଡିସେମ୍ବର ୨୭ରେ ରିଲିଜ୍ ହୋଇଥିଲା, ଏହାକୁ ଦେଖିବା ପରେ କଂଗ୍ରେସ ଫିଲ୍ମର କଣ୍ଟେନକୁ ନେଇ ଆପତ୍ତି ଜାରି କରିଛି ।
ଫିଲ୍ମଟି ରିଲିଜ୍ ପୂର୍ବରୁ କଂଗ୍ରେସ ନେତାମାନେ ଦେଖିବା ପାଇଁ ଦାବି କରିଛନ୍ତି । ଏହି ମଧ୍ୟରେ ମଧ୍ୟପ୍ରଅଦେଶରେ ଫିଲ୍ମଟିକୁ ବ୍ୟାନ୍ କରିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଡିସେମ୍ବର ୨୮ରେ କଂଗ୍ରେସ ପ୍ରବକ୍ତା ସୁରେଜୱାଲା ଟ୍ୱିଟ୍ ଜରିଆରେ ଫିଲ୍ମକୁ ବ୍ୟାନ୍ କରାଯିବ ନାହିଁ ବୋଲି ସୁଚନା ଦେଇଛନ୍ତି ।
କଂଗ୍ରେସ ପ୍ରବକ୍ତାମାନେ ପ୍ରଥମରୁ ଏହିୁ ଫିଲ୍ମକୁ ବିଜେପିର ପ୍ରୋପାଗଣ୍ଡା ବୋଲି କୁହାଯାଉଛି । କଂଗ୍ରେସର ଦାବି ରହିଛି କି ୨୦୧୯ ନିର୍ବାଚନ ପୂର୍ବରୁ ଏକ ରାଜନୈତିକ ମାହୋଲ ସୃଷ୍ଟ କରିବା ପାଇଁ ଏହି ଫିଲ୍ମକୁ ଅଣାଯାଉଛି । ଜାନୁଆରୀ ୧୧ରେ ଫିଲ୍ମଟି ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରସ୍ତୁତ କରାଯାଇଛି ।