ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ପାର୍ଟିରେ ନେତୃତ୍ୱକୁ ନେଇ ଚାଲିଥିବା ଟଣା ଓଟରା ମଧ୍ୟରେ ସୋମବାର ପାର୍ଟିର ୱାର୍କିଂ କମିଟି ବୈଠକ ବସିଛି । ବୈଠକ ଆରମ୍ଭ ହେବା ପରେ ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଭର୍ଚୁଆଲ ଭାବେ ହେଉଥିବା ଏହି ବୈଠକରେ ସୋନିଆଙ୍କ ଏହି ଘୋଷଣା ଦଳକୁ ହଲଚଲ କରିଦେଇଛି । ବୈଠକରେ ଉପସ୍ଥିତ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଏକେ ଏଣ୍ଟେନି ସମେତ ଅନେକ ବଡ ବଡ ନେତାମାନେ ସୋନିଆଙ୍କୁ ତାଙ୍କ ପଦରେ ରହିବା ପାଇଁ ଅପିଲ କରିଛନ୍ତି ।
ବୈଠକ ଆରମ୍ଭ ହେବା ପରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଲେଖାଯାିଥିବା ଚିଠିକୁ ନେତା କେସି ବେଣୁଗୋପାଳ ପଢିଥିଲେ । ଯେଉଁଥିରେ ସୋନିଆ ଗାନ୍ଧୀ ଅନ୍ତରୀମ ଅଧ୍ୟକ୍ଷ ପଦରୁ ହଟିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଏହାସହିତ ନୂତନ ଅଧ୍ୟକ୍ଷ ଚୟନ କରିବା ପାଇଁ ପାର୍ଟିକୁ ଅପିଲ କରିଛନ୍ତି ।