ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତକାଲି ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଆଫିଟେବିଟ୍ ରେ ନିଜର ସର୍ବମୋଟ ସମ୍ପତ୍ତି ୩.୪୦ କୋଟିର ବୋଲି ଜଣାଇଛନ୍ତି । ପ୍ରକୃତରେ ଗତ ୫ ବର୍ଷ ମଧ୍ୟରେ କେଜ୍ରିୱାଲଙ୍କ ସମ୍ପତ୍ତି ରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି ।
୨୦୧୫ ନିର୍ବାଚନରେ କେଜ୍ରିୱାଲଙ୍କ ସର୍ବମୋଟ ସମ୍ପତି ୨.୦୧ କୋଟି ରହିଥିଲା ଯେଉଁଥିରେ ୧.୦୩ କୋଟି ଟଙ୍କା ବଢିଛି । ମୁଖ୍ୟମନ୍ତ୍ରୀ ନିକଟରେ ୯.୬୫ ଲକ୍ଷ ଟଙ୍କାର ଏଫଡି ଏବଂ ନଗଦ ଟଙ୍କା ରହିଛି ।
୨୦୧୫ ରୁ ଏପର୍ଯ୍ୟନ୍ତ କେଜ୍ରିୱାଲଙ୍କ ଅଚଳ ସମ୍ପତି ରେ କୌଣସି ବୃଦ୍ଧି ହୋଇନାହିଁ । ତାଙ୍କ ନିକଟରେ ପାଖାପାଖି ୧.୯୨ ଟଙ୍କାର ଅଚଳ ସମ୍ପତି ରହିଛି । ସେଥିମଧ୍ୟରୁ ଗୋଟେ କୋଟି ଟଙ୍କାର ସମ୍ପତି ତାଙ୍କ ପତ୍ନୀ ସୁନିତାଙ୍କ ନାଁରେ ରହିଛି ।
ସେହିଅନୁଯାୟୀ ସୁନିତାଙ୍କ ପାଖରେ ୫୭ ଲକ୍ଷ ଟଙ୍କା ଏଫଡି ଏବଂ ନଗଦ ଟଙ୍କା ରହିଛି । କିଛି ଦିନ ପୂର୍ବେ ସୁନିତା ସରକାରୀ ଚାକିରୀରୁ ଅବସର ନେଇଥିଲେ । ଏହାପରେ ତାଙ୍କୁ ୩୨ ଲକ୍ଷ ଟଙ୍କା ମିଳିଥିଲା ।
ବିଧାନସଭା ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ବା ଅନ୍ତିମ ଦିନରେ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୀର୍ଘ ୬ ଘଣ୍ଟାର ହାଇ ଭୋଲଟେଜ୍ ଡ୍ରାମା ପରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବାରେ ସଫଳ ହୋଇଥିଲେ ।