ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି କରୋନା ଟେଷ୍ଟ କରାଯିବ । ପ୍ରକୃତରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିବାରୁ ସେ ସୋମବାର ନିଜକୁ ଆଇସୋଲେଟ କରି ଦେଇଥିଲେ ।
ଦିଲ୍ଲୀ ସରକାରର ଅଧିକାରୀଙ୍କ କହିବାନୁଯାୟୀ,୫୧ ବର୍ଷିୟ ମୁଖ୍ୟମନ୍ତ୍ରୀଙ୍କର ସୁଗାର ବି ଅଛି ଏବଂ ରବିବାର ଅପରାହ୍ନରେ ସେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଅନଲାଇନ୍ ପ୍ରେସ କନଫରେନ୍ସ ରେ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି । ସେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ଏହାପୂର୍ବରୁ ଅଧିକାରୀ କହିଥିଲେ କି କେଜ୍ରିୱାଲଙ୍କୁ ଜ୍ୱର ହୋଇଯାଇଛି ।
ଅଧିକାରୀ କହିଛନ୍ତି କି, ରବିବାର ସକାଳେ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ୍ ବୈଠକ କରିଥିଲେ । ଯେଉଁଥିରେ ମନୀଷ ସିସୋଦିଆ, ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ରେ ଜୈନ ସହିତ ଅନେକ ମନ୍ତ୍ରୀ ସାମିଲ ଥିଲେ । କ୍ୟାବିନେଟ ବୈଠକ ପରେ ସମସ୍ତ ଆଧିକାରିକ କାର୍ଯ୍ୟକ୍ରମ ରଦ୍ଦ କରିଥିଲେ ମୁଖ୍ୟମନ୍ତ୍ରୀ ।