ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବାକୁ ଆସିଛି ଧମକପୂର୍ଣ୍ଣ ଚିଠି । ଦିଲ୍ଲୀ ପୋଲିସ କମିଶନରଙ୍କ ଇମେଲ ଆଇଡିକୁ ମୋଦିଙ୍କୁ ହତ୍ୟା ସମ୍ପର୍କିତ ଏକ ଧମକପୁର୍ଣ୍ଣ ଚିଠି ଆସିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ଚିଠି ଟି ମାତ୍ର ଏକ ଲାଇନରେ ହିଁ ଲେଖାଯାଇଛି । ଏହି ଚିଠିରେ ମୋଦିଙ୍କୁ କେବେ ହତ୍ୟା କରାଯିବ ସେ ସମ୍ବନ୍ଧୀୟ ଦିନ , ବାର , ମାସ କୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ତେବେ ଚିଠି ଟିକୁ କିଏ ଓ କାହିଁକି ପଠାଇଛି ସେ ବିଷୟରେ ଦିଲ୍ଲୀ ପୋଲିସ ଖୋଳତାଡ ଆରମ୍ଭ କରିଛି । ଏହି ଚିଠି ଟି ମିଳିବା ପରେ ମୋଦିଙ୍କ ସୁରକ୍ଷା ଚିନ୍ତା ବଢିଛି । ମୋଦି ସୁରକ୍ଷା ପାଇଁ ଅଧିକ ସତର୍କ ଅବଲମ୍ଭନ କରାଯାଇଛି । ତେବେ ପ୍ରଥମିକ ସୁତ୍ରରୁ ଚିଠିଟି ଆସାମର କୌଣସି ଏକ ଜିଲ୍ଲାରୁ ଆସିଛି ବୋଲି ପୋଲିସ କହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସେପଟେ ମୋଦିଙ୍କୁ ହତ୍ୟା ଧମକ ଆସିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ବହୁବାର ମୋଦିଙ୍କ ହତ୍ୟା ଉଦେଶ୍ୟରେ ଚିଠି ଆସିଥିବା ନଜରକୁ ଆସିଛି । କିଛି ଦିନ ତଳେ ମୋଦିଙ୍କୁ ରାଜୀବ ଗାନ୍ଧିଙ୍କ ହତ୍ୟାର ଅନୁରୂପ ଶୌଳୀରେ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସେ ସମ୍ପର୍କିତ କିଛି କାଗଜ ପତ୍ର ମଧ୍ୟ ପୋଲିସ ଜବତ କରିଥିଲା । ତେବେ ଏହି ଘଟଣାରେ ଦେଶର ବହୁ ଜଣାଶୁଣା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ପୂର୍ବ ଅପେକ୍ଷା ମୋଦିଙ୍କ ସୁରକ୍ଷା ବହୁଗୁଣା ବଢାଇଦିଆଯାଇଛି । ମୋଦିଙ୍କ ସାଧାରଣ ସ୍ୱଭାବ ଯୋଗୁ ସେ ସୁରକ୍ଷାକୁ କାତିର ନ କରି ନିଜ କାର୍ଯ୍ୟକୁ କରିଥାଆନ୍ତି । ତେବେ ମୋଦିଙ୍କ ସୁରକ୍ଷାରେ ଥିବା ସୁରକ୍ଷା କର୍ମୀଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ଜଣ।।ପଡିଛି ।