ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରକୁ ୪୦ ହଜାର କୋଟି ଟଙ୍କା ଫେରାଇବା ପ୍ରସଙ୍ଗରେ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ । ସେ କହିଛନ୍ତି , ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଏଭଳି କୌଣସି ନିଷ୍ପତି ନେଇନଥିଲେ । ଏଭଳି ପ୍ରକାରର ସମସ୍ତ ଅଭିଯୋଗ ମିଛ ।
ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଜେପି ନେତା ଅନନ୍ତ ହେଗଡେ ଦାବି କରିଥିଲେ କି, ଫଡନାବିସ୍ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରକୁ ୪୦ ହଜାର କୋଟି ଟଙ୍କା ଫେରସ୍ତ କରିଥିଲେ । ସେ ଜାଣିଥିଲେ କି ଯଦି କଂଗ୍ରେସ, ଏନସିପି, ଶିବସେନା ସରକାର ଗଠନ ହୁଏ ତେବେ ଟଙ୍କାର ଦୁରୂପଯୋଗ ହୋଇପାରେ । ସେଥିପାଇଁ ମହାରାଷ୍ଟ୍ରରେ ସରକାର ଗଠନ ହେବାରେ ଏଭଳି ଡ୍ରାମା ଚାଲିଥିଲା ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନନ୍ତ ହେଗଡେ କହିଥିଲେ, ଆପଣମାନେ ସମସ୍ତେ ଜାଣିଛନ୍ତି କି ମହାରାଷ୍ଟ୍ରରେ ଆମ ସଦସ୍ୟ (ଦେବେନ୍ଦ୍ର ଫଡନାବିସ୍) ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇସ୍ତଫା ଦେଇଥିଲେ । ସେ ଏଭଳି ଡ୍ରାମା କାହିଁକି କଲେ । ଏନେଇ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ ।
ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେନ୍ଦ୍ରର ୪୦ ହାର କୋଟି ଟଙ୍କା ଥିଲା । କଂଗ୍ରେସ, ଏନସିପି ଏବଂ ଶିବସେନା ସତାକୁ ଆସିବା ପରେ ସେହି ଟଙ୍କାର ଦୁରୂପଯୋଗ କରିଥାନ୍ତେ । ସେଥିପାଇଁ କେନ୍ଦ୍ରସରକାରଙ୍କ ଏହି ଟଙ୍କାକୁ ବିକାଶର କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଏଭଳି ଡ୍ରାମା କରିବାକୁ ପଡିଥିଲା ।