ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ସରକାର ତଥା ମୋଦି ସରକାର ୨.୦ ଗଠନ ହେବା ପରେ ସବୁଠାରୁ ଆଗରେ ଗୃହମନ୍ତ୍ରାଳୟ ରହିଛି । ଗୃହମନ୍ତ୍ରୀ ପଦରେ ରହିଥିବା ଅମିତ୍ ଶାହା ପୁରା ଆକ୍ସନ ମୁଡ୍ ରେ ରହିଛନ୍ତି । ସେ ଗୋଟେ ପରେ ଗୋଟେ କାର୍ଯ୍ୟ କରି ଚାଲିଛନ୍ତି । ଏବେ ଅମିତ୍ ଶାହାଙ୍କ ଅପରେଶନ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଯାଇଛି । ସର୍ବପ୍ରଥମେ ତଳ ସ୍ତରର ବାବୁମାନଙ୍କ କାର୍ଯ୍ୟକାରୀ ଉପରେ ତଦାରଖ କରାଯାଉଛି । ସେଥିପାଇଁ ମନ୍ତ୍ରାଳୟର ୟୁଏସ ଭିଜିଲାନ୍ସ ମାନେ ଅଣ୍ଡର ସେକ୍ରେଟାରୀ ଭିଜିଲାନ୍ସ ପକ୍ଷରୁ ‘୩କେ’ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ଏହି ‘୩କେ’ ଫର୍ମୁଲା ମାନେ ‘କାର୍ଯ୍ୟକାରୀ, କରେକ୍ଟ, କରପଶନ୍’ ଆଧାରରେ କର୍ମଚାରୀ ଏବେ ଗୃହମନ୍ତ୍ରାଳୟରେ ରହିବେ କି ନାହିଁ ତାହା ନିଷ୍ପତି କରାଯିବ ।
ଏହି ଫର୍ମୁଲା ଅନୁଯାୟୀ ଯଦି କୌଣସି କର୍ମଚାରୀ ୩ କେ ଫର୍ମୁଲାରେ ଥିବା କୌଣସି ଗୋଟେ ଭିଜିଲାନ୍ସ ରାଡାରରେ ଆସନ୍ତି ତେବେ ତାଙ୍କୁ ମନ୍ତ୍ରାଳୟ ଛାଡିବାକୁ ହେବ ।
ଖବରମୁତାବକ, ଗୃହମନ୍ତ୍ରାଳୟର ଏଭଳି ଅନେକ ବିଭାଗ ରହିଛି ଯେଉଁଥିରେ କର୍ମଚାରୀ ଢେର ଦିନ ହେବ ସିଟ୍ ରେ କବ୍ଚା କରି ରହିଛନ୍ତି । ଏମାନେ କେବଳ ତାଙ୍କ ଭଲ କାର୍ଯ୍ୟକାରୀ ଏବଂ ବରିଷ୍ଠତା ପାଇଁ ପଦରେ ପଡି ରହିଛନ୍ତି ତାହାନୁହେଁ ବରଂ କୌଣସି ବଡ ଅଧିକାରୀଙ୍କ ପାଇଁ ଏତେ ଦିନ ତିଷ୍ଟି ରହିଛନ୍ତି ।
ଅନେକ ବାବୁ ଏଭଳି ଅଛନ୍ତି ଯେଉଁମାନେ ସାରା ଦିନ ଭିତରେ ତିନି ରୁ ଚାରୋଟି ଫାଇଲ୍ ବି ଠିକ୍ ଭାବେ କାମ କରିପାରନ୍ତି ନାହିଁ, କିନ୍ତୁ ଏମାନଙ୍କୁ ପ୍ରାୟତଃ ଅନେକ ସମୟରେ ଗୃହମନ୍ତ୍ରାଳୟରେ ଦେଖିବାକୁ ମିଳିଥାଏ ।
ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏହି ୩କେ ଫର୍ମୁଲା କେବଳ ପୋଷ୍ଟିଂ ତଦାରଖ କରିବା ପାଇଁ ନୁହେଁ, ବରଂ କର୍ମଚାରୀ ମାନଙ୍କ ପୂର୍ବ ରେକର୍ଡ ବି ଯାଞ୍ଚ କରାଯିବ । ଯଦି କୌଣସି କର୍ମଚାରୀ ଗୃହମନ୍ତ୍ରାଳୟକୁ ଆସିବା ପୂର୍ବରୁ ଅନ୍ୟ କୌଣସି ସ୍ଥାନରେ ୩କେ ଫର୍ମୁଲା ରେ ଫସିଥାନ୍ତି ତେବେ ସେମାନଙ୍କ୍ୁ ବି ବାହାରକୁ ବାହାରିବାକୁ ପଡିବ ।