ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାର ପ୍ରୋଟେମ ସ୍ପିକର ହେବେ ଟିକମଗଢର ବିଜେପି ସାଂସଦ ଡାଃ ବିରେନ୍ଦ୍ର କୁମାର । ନବନିର୍ବାଚିତ ସାଂସଦକୁ ବି ସେ ସଦସ୍ୟତା ଭାବେ ଶପଥ ଗ୍ରହଣ କରାଇବେ । ସେ ୭ ଥର ସାଂସଦ ଭାବେ ବଛା ହୋଇଛନ୍ତି । ଦଳିତ ସମୁଦାୟରୁ ବିରେନ୍ଦ୍ର କୁମାର ଆସିଛନ୍ତି ଏବଂ ଲୋ ପ୍ରୋଫାଇଲ ନେତା ଭାବେ ସେ ବେଶ୍ ଜଣା ଶୁଣା ।
ମଧ୍ୟପ୍ରଦେଶର ଟିକମଗଢର ସାଂସଦ ବିରେନ୍ଦ୍ର କୁମାର ସାଗର ଜିଲ୍ଲାର ଅଟନ୍ତି । ୪ ଥର ସାଗର ଲୋକସଭା ସିଟ୍ ରୁ ସାଂସଦ ହୋଇସାରିଛନ୍ତି ଏବଂ ୩ ଥର ଟିକମଗଢ ରୁ ନିର୍ବଚନୀ ସଭାରେ ସଫଳତା ମିଳିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଥିବା ପ୍ରଥମ ସରକାରରେ ସେ ଅଳ୍ପସଂଖ୍ୟକ ମନ୍ତ୍ରାଳୟ ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରଳାୟ ରେ ରାଜ୍ୟମନ୍ତ୍ରୀ ଥିଲେ । ଏହାସହିତ ପ୍ରୋଟେମ ସ୍ପକରଙ୍କୁ ଲୋକସଭାର ନିୟମିତ ସ୍ପିକରର ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀକୁ ଶେଷ କରିବା ପାଇଁ ନିଯୁକ୍ତି କରାଯାଇଥାଏ ।
ସବୁଠାରୁ ବରିଷ୍ଠ ସଦସ୍ୟଙ୍କୁ ପ୍ରୋଟେମ ସ୍ପିକର ଦାୟିତ୍ୱ ଦିଆଯାଏ । ସଂସଦରେ ନବନିର୍ବାଚିତ ହୋଇଥିବା ସଦସ୍ୟଙ୍କୁ ହିଁ ପ୍ରୋଟେମ ସ୍ପକର ଶପଥ ଗ୍ରହଣ କରାଇଥାନ୍ତି । ସେପଟେ ନୂତନ ସ୍ପିକର ଚୟନ ହୋଇ ସାରିଲା ପରେ ପ୍ରୋଟେମ ସ୍ପିକରର କାର୍ଯ୍ୟ ସମାପ୍ତି ହୋଇଥାଏ ।