ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଏନଏକ୍ସ ମିଡିଆ ମନି ଲାଣ୍ଡ୍ରିଂ ମାମଲାରେ ଜେଲରେ ବନ୍ଦି ଥିବା ପି. ଚିଦାମ୍ବରଙ୍କ ଜାମିନି ପିଟିସିନକୁ ବିରୋଧ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି କି ପ୍ରତ୍ୟେକ୍ଷ ଦର୍ଶୀଙ୍କୁ ପ୍ରଭାବିତ ଏବଂ ଧମକାଇବାର ଚେଷ୍ଟା କରିସାରିଛନ୍ତି ଚିଦାମ୍ବରମ ।
ଇଡି ପକ୍ଷରୁ ଜେନେରାଲ ତୁଷାର ମେହେତା କହିଛନ୍ତି, ମନି ଲାଣ୍ଡ୍ରିଂ ମାମଲାରେ ଏବଂ ସିବିଆଇର ଭ୍ରଷ୍ଟାଚାର ମାମଲାରେ ଭିନ୍ନ ଭିନ୍ନ ପ୍ରମାଣ ରହିଛି । ପିଏମଏଲଏ ମାମଲା ଅଧିକ ଜଘନ୍ୟ ଏବଂ ବହୁତ ଗମ୍ଭୀର । ଏହା ଏକ ଭିନ୍ନ ପ୍ରକାରର ଆର୍ଥିକ ଅପରାଧ ।
ସେପଟେ ଜଷ୍ଟିସ ସୁରେଶ କ୍ୟାତ ଦୁଇ ପକ୍ଷରୁ ତର୍କ ଶୁଣିବା ପରେ ଜାମିନ ପିଟିସନ ଉପରେ ନିଷ୍ପତିକୁ ସୁରକ୍ଷିତ ରଖିଛନ୍ତି । ତିହାଡ ଜେଲରେ ବନ୍ଦୀ ଥିବା ବରିଷ୍ଠ କଂଗ୍ରେସ ନେତା ଜାମିନର ଅନୁରୋଧ କରି କହିଛନ୍ତି କି ତଦନ୍ତ ଏଜେନ୍ସିଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି ।