ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ଗତକାଲି ସରିଛି ଶେଷ ଚରଣ ନିର୍ବାଚନ । ଶେଷ ଚରଣ ନିର୍ବାଚନ ସରିବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ମାନେ ଏକଜିଟ ପୋଲ ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମର ଏକଜିଟ ପୋଲର ଫଳାଫଳ କହୁଛି କେନ୍ଦ୍ରରେ ବିଜେପି ବହୁମତ ପାଇବ ବୋଲି ଆଶା କରାଯାଉଛି ।
ରିପବ୍ଲିକ ଟିଭି-ସି ଭୋଟର ଏକଜିଟ୍ ପୋଲରେ ଏନଡିଏକୁ ୨୮୭ ସିଟ୍ ମିଳିବାର ସମ୍ଭାବନା ଥିବା ବେଳେ ୟୁପିଏକୁକୁ ୧୨୮ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୨୭ଟି ସିଟ୍ ମିଳିବାର ଆଶା କରାଯାଉଛି ।
ରିପବ୍ଲିକ ଟିଭି- ଜନ କୀ ବାତ୍ ଏକଜିଟ୍ ପୋଲରେ ଏନଡିଏକୁ ୩୦୫, ୟୁପିଏକୁ ୧୨୪ ଓ ଅନ୍ୟାନ୍ୟ ଦଳଙ୍କୁ ୧୧୩ ଲୋକସଭା ସିଟ୍ ମିଳିବା ଆଶଙ୍କା କରାଯାଉଛି ।
ସେହିଭଳି ଟାଇମସ ନାଓ – ତଥ୍ୟ ଅନୁଯାୟୀ ଏନଡିଏକୁ ୩୦୬ ଓ ୟୁପିଏକୁ ୧୩୨ ଟି ଆସନ ମିଳିପାରେ ବୋଲି ବୁଥ ବାହୁଡା ମତ ପ୍ରକାଶ ପାଇଛି । ସେହିଭଳି ଅନ୍ୟାନ୍ୟ ଆଞ୍ଚଳିକ ଦଳମାନଙ୍କୁ ମିଶି ୧୦୪ ସିଟ ବୋଲି ଆଶଙ୍କା କରାଯାଇଛି ।
ଟୁଡେ- ଚାଣକ୍ୟ ଏକଜିଟ୍- ପୋଲରେ ଏନଡିଏକୁ ୩୪୦, ୟୁପିଏକୁ ୭୦ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୩୩ଟି ସିଟ୍ ମିଳିବ ବୋଲି ଅନୁମାନ କରାଯାଇଛି ।
ଆଜତକ ଆକସିସ- ର ଏକଜିଟ ପୋଲ ସୂଚନା ଦେଇଛି ଏନଡିଏକୁ ୩୩୯ରୁ ୩୬୫ ସିଟ୍ ମିଳିବାର ପୂର୍ବାନୁମାନ ଲଗାଯାଇଛି । ୟୁପିଏକୁ ୭୭ରୁ ୧୦୮ ଆସନ ମିଳିବାର ପୂର୍ବାନୁମାନ ଲଗାଯାଇଥିବା ବେଳେ ୟୁପିର ଏସ୍ ପି-ବିଏସପି ମହାଗଠବନ୍ଧନକୁ ୧୦ରୁ ୧୬ଟି ଆଶଙ୍କା କରାଯାଇଛି । ସେହିଭଳି ଅନ୍ୟାନ୍ୟ ଦଳକୁ ୫୯ ରୁ ୭୯ ଟି ସିଟ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି ।
ଏନଡି ଟିଭି ର ତଥ୍ୟ ଅନୂଯାୟୀ ଏନଡିଏକୁ ୩୦୨ ଓ ଅୁପିଏକୁ ୧୨୨ ସିଟ ପାଇବାକୁ ଥିବା ବେଳେ ଅନ୍ୟଦଳ ୧୧୮ ଟି ସିଟରେ ଜିତିବ ବୋଲି ମତପ୍ରକାଶ ପାଇଛି ।
ତେବେ ଜାତୀୟ ଗଣମାଧ୍ୟମର ଏହି ରିପୋର୍ଟ ୍ରନୁସାରେ ବିଜେପିକୁ ବହୁମତ ମିଳିବ ବୋଲି ପୂର୍ବବାନୁମାନ କରାଯାଇଛି । ସେହିଭଳି କଂଗ୍ରେସ ପୂବଥର ଅପେକ୍ଷା ସମାନ୍ୟ ଉନ୍ନତି କରିପାରେ ବୋଲି ପୂୁର୍ବାନୁମାନ କରିଛନ୍ତି ଗଣମାଧ୍ୟମ ମାନେ ।