ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସଡିଏମ କେକେ ଉପାଧ୍ୟକ୍ଷଙ୍କ ସହିତ ଖରାପ ବ୍ୟବହାର କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ତଥା ବକ୍ସରରୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ କୁମାର ଚୌବେଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଅଶ୍ୱିନୀ ଏବଂ ବିଜେପି ନେତା ରାଣା ପ୍ରତାପ ସିଂହଙ୍କ ସମେତ ୧୫୦ ଜଣ ଲୋକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ଗତ ଶନିବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବକ୍ସରର କିଳା ମଇଦାନରେ ଏସଡିଏମ୍ କେକେ ଉପାଧାୟଙ୍କ ଉପରକୁ ଭଡକିବା ସହ ତାଙ୍କୁ ଅନେକ ଖରାପ କଥା କହିଥିଲେ । ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଆଇନ ଉଲଂଘନ କରିବା କଥା ବୁଝାଇବାକୁ ଚେଷ୍ଟା କରିଥିଲେ କେକେ । କିନ୍ତୁ ଅଶ୍ୱିନୀଙ୍କ ରାଗକୁ ଦେଖି ତାଙ୍କ କାର୍ଯ୍ୟକର୍ତ୍ତାମାନେ ବି ନାରା ବାଜ୍ କରିଥିଲେ ।
ଖବରମୁତାବକ, ଯେତେବେଳେ ମଇଦାନକୁ ଅଶ୍ୱିନୀଙ୍କ ଗାଡି ବାହାରିଥିଲା ସେହି ସମୟରେ ଏସଡିଏମ୍ ତାଙ୍କୁ ରୋକିଥିଲେ । ଏହାପରେ ଅଶ୍ୱିନୀ ରାଗିଯାଇ ଗାଡି ଗିତରୁ ଚିଲାଇବାକୁ ଲାଗିଥିଲେ । ଏହାସହିତ ସେ କହିଥିଲେ କି , କଥା କଣ । କାହା ମା’ର ଦମ ଅଛି ସେ ଫାଟକ ବନ୍ଦ କରିଦେବ । ମୋତେ ହାତକଡା ଲଗାଇବ ତ ନିଅ ଲଗାଅ । ଖବରଦାର ଯେପରି ତମାଶା ନକରନ୍ତି । ଏହା କାହାର ଆଦେଶ ।
ଏହାର ଜବାବରେ ଏସଡିଏମ୍ କହିଥିଲେ କି ବିନା ଅନୁମତିରେ ଥିବା ଗାଡିକୁ ଜବତ କରିବାକୁ ପଡିବ,ଏହା ନିର୍ବାଚନ ଆୟୋଗର ଆଦେଶ । ଏହାପରେ କେନ୍ଦ୍ରମନ୍ତ୍ରୀ କହିଥିଲେ କି ଏହା ମୋ ଗାଡି ତୁମେ ଏହାକୁ ଜବତ କରି ପାରିବ ନାହିଁ ।