ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ସରକାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ମନକି ବାତ୍
ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ଜୁନ ୩୦ ତାରିଖରେ ମୋଦିଙ୍କ ମନକି କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ । ଏନେଇ @mygovindia ଟ୍ୱିଟରରେ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଙ୍କ ବିଭିନ୍ନ ପ୍ରସଙ୍ଗଙ୍କୁ ନେଇ ଆଲୋଚନା କରିବା ସହିତ ମତ ରଖନ୍ତି । ନିର୍ବାଚନ ପୂର୍ବରୁ ଫେବୃଆରୀ ୨୪ ତାରିଖରେ ମନକି ବାତ୍ ଶେଷ ସଂସ୍କରଣ ରହିଥିଲା ।
#MannKiBaat is back again as PM @narendramodi assumes office for the second term. Your stories, ideas & suggestions can be a part of this month’s episode, scheduled on 30th June, 2019. Dial 1800-11-7800 or share your inputs here: https://t.co/2Jp7w7XcFx pic.twitter.com/42op1P7jTJ
— MyGovIndia (@mygovindia) June 11, 2019
ମୋଦି ପୁଣି ଥରେ ଏହି କାର୍ଯ୍ୟକ୍ରମ ହେବ ବୋଲି ମୋଦି ସେତେବେଳେ ପ୍ରତିଶୃତି ଦେଇଥିଲେ । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୫୩ ଥର ମୋଦି ମନକି ବାତ ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ସାରିଲେଣି । ତେବେ ଆପଣ ଯଦି ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ଆପଣଙ୍କର କୈଣସି ପ୍ରସଙ୍ଗକୁ ନେଇ ଆଲୋଚନା କରନ୍ତୁ ତେବେ ଆପଣ @mygovindia ଓପୋନ ଫୋରମ ମାଧ୍ୟମରେ ଭାଗ ନେଇ ପାରିବେ ।
ଅଥବା ଟୋଲ ଫ୍ରି ନଂ 1800-11-7800 ନଂ ରେ ହିନ୍ଦୀ ଏବଂ ଇଂରାଜୀରେ ଆପଣଙ୍କ ମତାମତ ଦେଇ ପାରିବେ । ଏହା ବ୍ୟତୀତ ଆପଣ ଏସଏମଏସ ଜରିଆରେ ମଧ୍ୟ ଜଣାଇ ପାରିବେ । ଏଥି ପାଇଁ ଆପଣ ମେସେଜ ଲେଖି 1922 ପଠାଇ ପାରିବେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରବିବାର ଦିନ ରେଡିଓ ଏବଂ ଦୂରର୍ଦଶନରେ ପ୍ରସାରିତ ହୋଇଥାଏ ।