ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ଆଜି ରାଷ୍ଟ୍ରପତି କୋବିନ୍ଦ ସମ୍ମାନିତ କରିବେ । ପ୍ରଣବ ମୁଖାର୍ଜି ପ୍ରାୟତଃ ପଚାଶ ବର୍ଷ ହେବ ରାଜନୀତିରେ ରହିଛନ୍ତି, ଇତି ମଧ୍ୟରେ ସେ କଂଗ୍ରେସ ଦଳ ସହିତ ଇନ୍ଦୀରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିହ୍ମା ରାଓ ଏବଂ ମନମୋହନ ସିଂଙ୍କ ସରକାର ସମୟରେ ବିଭିନ୍ନ ପଦରେ ରହିଥିଲେ ।
ବର୍ଷ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ପଦ ବି ସମ୍ଭାଳି ଥିଲେ । ସେ ଅର୍ଥମନ୍ତ୍ରୀ ଥିବା ସମୟରେ ଆରବିଆଇ ର ଗଭର୍ଣ୍ଣର ପଦ ପାଇଁ ସେ ମନମୋହନ ସିଂଙ୍କ ନିଯୁକ୍ତି ପତ୍ରରେ ଦସ୍ତଖତ କରିଥିଲେ । ଏହାପରେ ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ ।
ଡିସେମ୍ବର ୧୧ ,୧୯୩୫ ମସିହାରେ ପଶ୍ମିମବଙ୍ଗର ମିରାଟିରେ ଏକ ବଙ୍ଗାଳି ପରିବାରରେ ମୁଖାର୍ଜିଙ୍କ ଜନ୍ମ । ସେ ରାଜନୀତି ବିଜ୍ଞାନ ଏବଂ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିବା ବ୍ୟତିତ କୋଲକତା ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି ।
ସେପଟେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭାରତ ରତ୍ନ ମିଳିବା ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି, ‘ ପ୍ରଣବ ଦା ଆମ ସମୟରେ ଜଣେ ଉକ୍ରୃଷ୍ଟ ରାଜନେତା ଥିଲେ । ସେ ଦେଶ ପାଇଁ ନିଶ୍ୱାର୍ଥପର ଭାବେ ସେବା କରିଛନ୍ତି । ଯିଏ ଦେଶ ବିକାଶ ପଥରେ ଏକ ମଜବୁତ ଛାପ ଛାଡିଛନ୍ତି । ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଶୁଣି ମୁଁ ବହୁତ ଖୁସି ।’
ଅପରପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ମୁଖାର୍ଜିଙ୍କୁ ଶୁଭେଛା ଜଣାଇଛନ୍ତି । ରାହୁଲ କହିଛନ୍ତି କି, ‘ଭାରତ ରତ୍ନ ମିଳିବା ପାଇଁ ପ୍ରଣବ ଦାଙ୍କୁ ଶୁଭେଚ୍ଛା’ । ଏନେଇ କଂଗ୍ରେସ ପାର୍ଟି ଗର୍ବ ଅନୁଭବ କରୁଛି କି ସାର୍ବଜନିକ ସେବା ଏବଂ ରାଷ୍ଟ୍ର ନିର୍ମାଣରେ ଅପାର ଯୋଗଦାନକୁ ସମ୍ମାନିକ କରାଯାଉଛି ।