ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉନାହାନ୍ତି ବରିଷ୍ଠ ବିଜପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତା । ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । କିଛି ଦିନ ପୁର୍ବେ ସେ କରୋନାରୁ ସୁସ୍ଥ ହୋଇଥିଲେ । ଆଜି ସେ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମେ ୫ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ ଚମନ ଲାଲ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
୧୯୭୨ ମସିହାରେ ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ ଚମନ ଲାଲ । ତାଙ୍କର ଦୁଇଟି ପୁଅ ଏବଂ ଗୋଟେ ଝିଅ ଅଛନ୍ତି ।