ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାତୀୟ ପିତା ମାହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଆଜି ସାରା ଦେଶ ତାଙ୍କୁ ମନେ ପକାଉଛି । ତାଙ୍କ ଆଦର୍ଶରେ ଚାଲିବାର ସଂକଲ୍ପକୁ ଦୋହରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ସମସ୍ତ ଦଳର ନେତାମାନେ ଗାନ୍ଧୀଙ୍କ ସାମାଧୀ ପୀଠ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ବାପୁଙ୍କ ପୂଣ୍ୟତିଥି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ନର୍ମଳା ସୀତାରମଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସେନାବାହିନୀମାନେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗୁଜୁରାଟର ସୁରଟ ଏବଂ ଦାଣ୍ଡିରେ ଉଡାଜାହାଜର ଟର୍ମିନାଲ ଭବନର ବିସ୍ତାର ପରିଯୋଜନା ଏବଂ ଏକ ହସ୍ପିଟାଲର ଭିତ୍ତିପ୍ରସ୍ତର କରିବେ । ଏହାସହିତ ନ୍ୟୁ ଇଣ୍ଡିଆ ୟୁଥ୍ କନକ୍ଲେଭ ରେ ଯୁବକଙ୍କ ସହ ବାର୍ତ୍ତଳାପ କରିବେ ।
ସୁରଟରେ ୨୫,୫୦୦ ବର୍ଗ ମିଟରରୁ ଅଧିକ ବଡ କ୍ଷେତ୍ରରେ ୩୫୪ କୋଟି ଟଙ୍କା ବ୍ୟୟରେ ଟର୍ମିନାଳ ଭବନ ନିର୍ମାଣ କରାଯାଉଛି । ସୌର ଶକ୍ତି ଏବଂ ଏଲିଇଡି ପ୍ରକାଶ ବ୍ୟବସ୍ଥା ଦ୍ୱାରା ଏହା ଏକ ପର୍ଯ୍ୟାବରଣ ଅନୁକୂଳ ଭବନ ହେବ । ଏହାର କାମ ପୂରା ହେବା ଦ୍ୱାରା ୧୮୦୦ ରୁ ଅଧିକ ଯାତ୍ରୀଙ୍କ ଯିବାଆସିବାର କ୍ଷମତା ହୋଇଯିବ ।