ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାତ ଦିନ ଆମେରିକା ଗସ୍ତ ର ପ୍ରଥମ ଦିନ ଆମେରିକା ସିଇଓଙ୍କ ଠାରୁ ଆରମ୍ଭ କରି ଭାରତୀୟ ସମୁଦାୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେପଟେ ଭାରତୀୟ ସମୁଦାୟ ଲୋକେ ମୋଦିଙ୍କୁ ଭେଟି ଖୁବ୍ ଖୁସି ଅନୁଭବ କରିଛନ୍ତି । ସେହିପରି କରତାରପୁର କରିଡୋର ପାଇଁ ଶିଖ୍ ସମୁଦାୟ ଲୋକେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଆମେରିକାରେ ରହୁଥିବା କାଶ୍ମୀର ପଣ୍ଡିତ ମୋଦିଙ୍କୁ ଭେଟି ଭାବୁକ ହୋଇପଡିଛନ୍ତି ।
ଅପରପକ୍ଷେ କାଶ୍ମୀର ପଣ୍ଡିତଙ୍କ ସହ ସାକ୍ଷତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ବି ଭାବୁକ ହୋଇପଡିଥିବାର ନଜର ଆସିଛନ୍ତି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପଦକ୍ଷେପକୁ ସ୍ୱାଗତ କରି କାଶ୍ମୀର ସମୁଦାୟକୁ ପ୍ରତିନିଧିତ୍ୱ କରୁଥିବା ସୁରିନ୍ଦର କ୍ୟାଲ କହିଛନ୍ତି କି, ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ନିଆଯାଉଥିବା ପ୍ରତ୍ୟେକ ନିଷ୍ପତିରେ ଆମେ ଆପଣଙ୍କ ସହିତ ଅଛୁ ।
ଏହାସହିତ ସେମାନେ ଅନେକ କଷ୍ଟ ସହିଥିବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କହିବା ସହ ଏବେ ସମସ୍ତେ ଏକାଠି ହୋଇ ନୂତନ କାଶ୍ମୀର ଗଢିବାର ପ୍ରତିଶୃତି ଦେଇଛନ୍ତି ।
ଗଣମାଧ୍ୟମୁ ସାକ୍ଷାତ କରି ସୁରିନ୍ଦର କହିଛନ୍ତି କି , ସାତ ଲକ୍ଷ କାଶ୍ମୀର ପଣ୍ଡିତଙ୍କ ପକ୍ଷରୁ ମୋଦିଙ୍କ ଏହି ଐତିହାସିକ ପଦକ୍ଷେପ ପାଇଁ ମୁଁ ତାଙ୍କୁ ଧନ୍ୟବାନ ଜଣାଇଛି । ଆମ ସମୁଦାୟ ସରକାରଙ୍କ ସହିତ ମିଶି କାଶ୍ମୀର ସ୍ୱପ୍ନକୁ ପୁରଣ କରିବ, ଯେଉଁଠି କେବଳ ଶାନ୍ତି, ବିକାଶ ଏବଂ ସୁଖଶାନ୍ତି ରହିବ ବୋଲି ମୋଦି ଆଶ୍ୱସନା ଦେଇଛନ୍ତି ।