ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟାପାରିକ ମତଭେଦ କମ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ବ୍ୟବସାୟୀକ ବୁଝାମଣା ହେବାର ଆଶା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ୱାଶିଙ୍ଗଟନ୍ ରେ ସେ କହିଛନ୍ତି କି ମୋ ମତରେ ଖୁବ୍ ଶୀଘ୍ର କୌଣସି ବୁଝାମଣା ହେବାର ଆଶା ରହିଛି ।
ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଏବଂ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକରେ ଭାଗ ନେବା ପାଇଁ ଆମେରିକାରେ ସୀତାରମଣ ପହଁଚିଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ବୁଝାମଣାକୁ ନେଇ ସେ କହିଛନ୍ତି କି, ଏନେଇ ମନ୍ତ୍ରାଳୟରେ କାମ ଚାଲିଛି ଏବଂ ଖୁବ୍ ଶୀଘ୍ର ଆଲୋଚନା ସମ୍ପୂର୍ଣ୍ଣ ହୋଇଯିବ ।
ଇତି ମଧ୍ୟରେ ଆମେରିକାର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତ ଏବଂ ଆମେରିକା ମଧ୍ୟରେ ସକରାତ୍ମକ ଦିଗ ରହିଛି । ଏହାସହିତ ଆମେରିକାର ବାଣିଜ୍ୟକୁ ବଢାଇବା ପାଇଁ ଦ୍ୱିପାକ୍ଷୀୟ ବୈଠକରେ ସୀତାରମଣ ଏବଂ ପିୟୁଷ ଗୋୟଲଙ୍କ ସହ ଆମେରିକା ମନ୍ତ୍ରାଳୟ ସାକ୍ଷାତ କରିଥିଲେ ।