ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଏନଏକ୍ସ ମିଡିଆ ମାମଲାରେ ଜଡିତ ବୈଦେଶିକ ନେଣ ଦେଣର ତଦନ୍ତକାରୀ ତଥ୍ୟ ଏକାଠି କରିବା ପାଇଁ ସିବିଆଇ ପକ୍ଷରୁ ପାଞ୍ଚଟି ଦେଶକୁ ନ୍ୟାୟିକ ଅନୁରୋଧ ପତ୍ର ପଠାଯାଇଛି । ନିକଟରେ ଅଦାଲତ ପକ୍ଷରୁ ବ୍ରିଟେନ, ସଙ୍ଗାପୁର, ମରିଶସ, ବରମୁଡା ଏବଂ ସ୍ୱିଜରଲାଣ୍ଡ କୋର୍ଟକୁ ଅନୁରୋଧ ପତ୍ର ପଠାଯାଇଛି ।
ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ନିବେଶକୁ ମଞ୍ଜୁର ଦେବା ପାଇଁ କଥିତ ଭ୍ରଷ୍ଟାଚାର ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଛି ।ଶୁକ୍ରବାର ପାଖାପାଖି ଛଅ ଘଣ୍ଟା ପର୍ଯ୍ୟନ୍ତ ପି.ଚିଦମ୍ବରମଙ୍କୁ ପଚରା ଉଚରା କରିଥିଲା ସିବିଆଇ । କୋର୍ଟର ନିର୍ଦ୍ଦେଶ ଅନୁସାରେ ତାଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ସେହି ଅନୁସାରେ ସନ୍ଧ୍ୟାରେ ସିବିଆଇ କାର୍ଯ୍ୟାଳୟରେ ପୁଅ ଏବଂ ପତ୍ନୀଙ୍କ ସହ ସାକ୍ଷାତ କରିଲେ ପି.ଚିଦମ୍ବରମ । ସେପଟେ ପିତାଙ୍କ ସହ ସାକ୍ଷାତ କରିବା ପରେ ପୁଅ କାର୍ତ୍ତି ଚିଦମ୍ବରମ କହିଛନ୍ତି କି, ମୁଁ ଏବଂ ମୋ ପିତା ଭ୍ରଷ୍ଟ ନୁହେଁ । ଆମକୁ ଫସା ଯାଇଛି ।