ନୂଆଦିଲ୍ଲୀ ( ଏଟିଆର ବ୍ୟରୋ): ଏଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ଦାୟିତ୍ୱ ନେବାକୁ ମନା କଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜୈଟଲି । ନିଜର ଅସୁସ୍ଥତା ଦର୍ଶାଇ ମୋଦିଙ୍କୁ ଏଥି ନିମନ୍ତେ ଅବଗତ କରାଇଛନ୍ତି ଜୈଟଲି । ସୂଚନା ମୁତାବକ ଅରୁଣ ଆଠ ମାସ ହେଲା ଅସୁସ୍ଥ ରହିଛନ୍ତି । ଜେଟଲି ମୋଦିଙ୍କୁ ଏକ ପତ୍ର ମାଧ୍ୟମରେ ଏ ନେଇ ଅବଗତ କରିଛନ୍ତି । ଜୈଟଲି ପତ୍ରରେ ଉଲ୍ଲେଖ କରିଛନ୍ତି ପାଞ୍ଚବର୍ଷ କାଳ ମନ୍ତ୍ରୀ ପଦ ଦେଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତିି ।
ସେ ଆହୁରି ମଧ୍ୟ ପତ୍ର ମାଧ୍ୟମରେ କହିଛନ୍ତି ଏଥି ସହିତ ବିରୋଧୀ, ପାର୍ଟି , ସଂଗଠନରୁ ଅନେକ କିଛି ଶିଖିବାକୁ ମିଳିଛି । ଆହୁରି ଅଧିକ ମଧ୍ୟ ଶିଖିବାକୁ ଆଗ୍ରହ ରହିଛି । କିନ୍ତୁ ଅସୁସ୍ଥତା କାରଣରୁ ମୁଁ କୌଣସି ଦାୟିତ୍ୱ ନେଇ ପାରିବି ନାହିଁ । ଆପଣଙ୍କ କେଦାର ନାଥ ଗ୍ରସ୍ତ ବେଳେ ମୁଁ ଆପଣଙ୍କୁ ଜଣାଇଛି ବୋଲି ଜେଟଲି ପତ୍ରରେ ଉଲ୍ଲେଖ କରିଛନ୍ତିି ।
ଏଣୁ ନୂଆ ସରକାରରେ ମୋତେ କୌଣସି ଦାୟିତ୍ୱ ଦିଆନଯାଉ ବୋଲି ସେ ନିବେଦନ କରିଛନ୍ତି । ତେବେ ଦଳ ଓ ସରକାରଙ୍କ ପକ୍ଷରୁ ଅନୌପଚାରିକ ଭାବେ ଯେଉଁ ଦାୟିତ୍ୱ ଦିଆଯିବ ସେ ଗ୍ରହଣ କରିବାକୁ ସମ୍ମତି ପ୍ରକାଶ କରିଛନ୍ତିି । ତେବେ ଅରୁଣଙ୍କ ସ୍ଥାନରେ ଏଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନାମ ସମ୍ନାକୁ ଆସିଥିଲା । ମାତ୍ର ମୋଦି କାହାକୁ ଭରଷା କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ