ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ଆକ୍ଷ୍ୟା ଦେଉଥିବା ଧାରା ୩୭୦ ହଟିବା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ହେବାରେ ଭାରତ ସରକାରଙ୍କ ନିଷ୍ପତିକୁ ଋଷ ସମର୍ଥନ କରିଛି । ଶନିବାର ଋଷର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ବୟାନ ଜାରି କରାଯାଇ କୁହାଯାଇଛି କି ସାମ୍ବିଧାନକ ଅଧିନରେ ରହି ଭାରତ ଏହି ନିଷ୍ପତି ନେଇଛି ।
ବୟାନରେ ଆହୁରୀ ମଧ୍ୟ କୁହାଯାଇଛି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସ୍ଥିତିକୁ ସାମାନ୍ୟ ସୁଧାର ଆଣିବାର ପକ୍ଷରେ ଋଷ ରହିଛି । ଦୁଇ ଦେଶ ମଧ୍ୟରେ ମତଭେଦକୁ ଦ୍ୱିପାକ୍ଷୀୟ ସ୍ଥର ଅନୁଯାୟୀ ରାଜନୈତିକ ଏବଂ କୂଟନୈତିକ ଉପାୟରେ ସମାଧନ କରାଯିବ । ଏନଇ ଦୁଇ ଦେଶ ମଧ୍ୟରେ ଚିନ୍ତା ବଢିବ ନାହିଁ ବୋଲି ଋଷ ପକ୍ଷରୁ ଆଶା ଜତା ଯାଇଛି ।
ଏହାପୂର୍ବରୁ ଶୁକ୍ରବାର ଦିନ ଚୀନ ପକ୍ଷରୁ ଭାରତ ଏବଂ ପାକିସ୍ତାନ କୁ ଆଲୋଚନା ଜରିଆରେ ତାଙ୍କର ବିବାଦ ସମାଧାନ କରିବା ପାଇଁ କୁହାଯାଇଥିଲା । ସେହିପରି ଆମେରିକା ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ କୁହାଯାଇଛି କି କାଶ୍ମୀର ଉପରେ ନୀତିର କୌଣସି ପରିବର୍ତ୍ତନ ଆସିନାହିଁ । ଏହାସହିତ ଏନେଇ ଭାରତ ଏବଂ ପାକିସ୍ତାନ ନିଜେ ନିଜ ଭିତରେ ଆଲୋଚନା କରି ମତଭେଦକୁ ଦୂର କରିବା ପାଇଁ ଆହ୍ୱାନ ଦିଆଯାଇଛି ।