ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଆଗ୍ରାରେ ରାଲି କରିବେ ଜେପି ନଡ୍ଡ । ନାଗରିକତା ସଂଶୋଧନ ଆଇନ୍ (ସିଏଏ) ର ସମର୍ଥନରେ ଆଜି ଆଗ୍ରାରେ ଏକ ରାଲିର ଆୟୋଜନ କରାଯାଇଛି । ଏଥିରେ ଜଗତ ପ୍ରସାଦ ନଡ୍ଡ ତଥା ଜେପି ନଡ୍ଡ । ଯୋଗ ଦେବେ ।
ଜେପି ନଡ୍ଡା ଏଭଳି ଏକ ନେତା ଯିଏ ବିଜେପିର ନେତୃତ୍ୱକର୍ତ୍ତା ୟୁପିରୁ ଆରମ୍ଭ କରିବାକୁ ଯାଉଛନ୍ତି । ନଡ୍ଡାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହା ବି ରାଷ୍ଟ୍ରୀୟ ନେତୃତ୍ୱ ସମ୍ଭାଳିବାର ଦାୟିତ୍ୱ ୟୁପିରୁ ହିଁ ଆରମ୍ଭ କରିଥିଲେ ।
ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇତ୍ତଉତ୍ତରପ୍ରଦେଶରେ ଜନଜାଗରଣ ଶୁଭାରମ୍ଭ କରିବା ପାଇଁ ଗାଜିଆବାଦ୍ ରେ ପହଁଚିଛନ୍ତି ଜେପି ନଡ୍ଡ । ପୂର୍ବରୁ ସେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ଏବେ ସେ ପୂର୍ଣ୍ଣକାଳିକ ନିର୍ବାଚିତ ଅଧ୍ୟକ୍ଷ ହୋଇ ସାରିଛନ୍ତି ।