ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ସମୟରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଢୋଲ ବଜାଉଥିବାର ନଜରକୁ ଆସିଛନ୍ତି । ପ୍ରକୃତରେ ଏହି ଭିଡିଓଟି ଗୁନାର ବାମୋରୀ ଅଞ୍ଚଳର ଥିଲା ସେଠାକୁ ନିର୍ବାଚନ ପ୍ରଚାର କରିବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯାଇଥିଲେ । ଏହି ଅଞ୍ଚଳରେ ଆଦିବାସୀ ସମୁଦାୟ ଲୋକଙ୍କର ଭଲ ପ୍ରଭାବ ରହିଛି । ଏହି ଅବସରରେ ଯେତେବେଳେ ଗୁନା ଲୋକସଭା ସିଟ୍ ରୁ କଂଗ୍ରେସ ପ୍ରାର୍ଥୀ ଭାବେ ସିିନ୍ଧିଆ ସେଠାରେ ପହଁଚିଥିଲେ ସେତେବେଳେ ସ୍ଥାନୀୟ ଲୋକ ଢୋଲ ନାଗାଡା ସହିତ ସିନ୍ଧିଆଙ୍କ ସ୍ୱାଗତ କରିଥିଲେ । ଏଥିରେ ସିନ୍ଧିଆ ବି ଲୋକଙ୍କ ସହିତ ମିଶି ଢୋଲ ବଜାଇବା ଆରମ୍ଭ କରି ଦେଇଥିଲେ । ଏହି ଢୋଲ ଶବ୍ଦରେ ଲୋକେ ଝୁମିବାକୁ ଲାଗିଥିଲେ, ଏହାକୁ ଦେଖି ଜ୍ୟୋତିରାଦିତ୍ୟ ବି ଝୁମିଥିଲେ । ଏହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
#WATCH Madhya Pradesh: Congress General Secretary for UP West and Guna MP Jyotiraditya Scindia, plays a Dhol with members of tribal community in Guna's Bamori. (27.04.2019) pic.twitter.com/5wKwcbibaf
— ANI (@ANI) April 27, 2019
ସୂଚନାନୁଯାୟୀ , ମଧ୍ୟପ୍ରଦେଶର ଗୁନା ଲୋକସଭା ସିଟ୍ ରୁ ନିର୍ବଚନ ମଇଦାନକୁ ସିନ୍ଧିଆ ଓହ୍ଲାଇଛନ୍ତି । ଗତ ଅପ୍ରିଲ ୨୦ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ମଧ୍ୟପ୍ରଦେଶର ୨୯ ଟି ଲୋକସଭା ସିଟ୍ ପାଇଁ ଚତୁର୍ଥ ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହୋଇ ସପ୍ତମ ପର୍ଯ୍ୟାୟରେ ଶେଷ ହେବ । ସେଥିପାଇଁ ଏବେ ମଧ୍ୟପ୍ରଦେଶରେ ନିର୍ବାଚନୀ ହାୱା ଚରମ ସୀମାରେ ରହିଛି । ଗତ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପିର ପତାକା ଉଡିଥିଲା ।