ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସକୁ ବଡ ଝଟକା ଦେଇଛନ୍ତି ମଧ୍ୟପ୍ରଦେଶ ରାଜପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଙ୍ଗଳବାର ଦିନ ସିନ୍ଧିଆ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସମସ୍ତଙ୍କୁ ଜଣାଇଥିଲେ । ସବୁଠାରୁ ବଡ କଥା ହେଉଛି ସିନ୍ଧିଆ ଇସ୍ତଫା ଦେବା ପରେ ପରେ ୨୨ ଜଣ କଂଗ୍ରେସ ବିଧାୟକ ବି ଇସ୍ତଫା ଦେଇ ଦେଇଛନନ୍ତି । ଯେଉଁଥି ପାଇଁ କଂଗ୍ରେସକୁ ବହୁତ ବଡ ଝଟକା ଲାଗିଛି ।
ସେହିପରି ବସାହୁ ଲାଲ ସିଂହ ବିଧାୟକ ପଦରୁ ଇସ୍ତଫା ଦେବା ସହିତ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଯାଇଛନ୍ତି । ବିଧାୟକଙ୍କ ଇସ୍ତଫା ପରେ ବିଜେପି ନେତାମାନେ ବିଧାନସଭା ସ୍ପିକରଙ୍କୁ ସାକ୍ଷତ କରିଛନ୍ତି ।
ବିଜେପିର ପ୍ରତିନିଧିମଣ୍ଡଳ ବିଧାୟକଙ୍କ ଇସ୍ତଫାର ମୂଳ କପି ନେଇ ବିଧାନସଭା ଅଧ୍ୟକ୍ଷ ଏନ.ପି ପ୍ରଜାପତିଙ୍କୁ ହସ୍ତାନ୍ତର କରିଛନ୍ତି । ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ କଂଗ୍ରେସର ୧୯ ବିଧାୟକଙ୍କ ଇସ୍ତଫାର ମୂଳ କପି ନେଇ ଭୋପାଳରେ ପହଁଚି ଥିଲେ । ଇସ୍ତଫା ଦେଇଥିବା ୨୨ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ମନ୍ତ୍ରୀ ସାମିଲ ଅଛନ୍ତି ।
ଅନ୍ୟପଟେ ସିନ୍ଧିଆଙ୍କ ଇସ୍ତଫା କଂଗ୍ରେସ ପାର୍ଟିକୁ ସମ୍ପୂର୍ଣ୍ଣ ଭାବେ ହଲଚଲ୍ କରିଦେଇଛି । ସିନ୍ଧିଆଙ୍କର ଏହି ନିଷ୍ପତିକୁ କଂଗ୍ରେସ ପକ୍ଷରୁ ଧୋକା ବାଜ୍ ବୋଲି କୁହାଯାଉଛି । ଏନେଇ ଅଧୀର ରଞ୍ଜନ ଚୌଧରୀ କହିଛନ୍ତି, ଏବେ ମଧ୍ୟପ୍ରଦେଶରେ ଆମ ସରକାର ରହିବ ନାହିଁ । ହୁଏତ କଂଗ୍ରେସର ବରିଷ୍ଠ ନେତା କାନ୍ତିଲାଲ ଭୁରିୟାଙ୍କୁ ଏବେ ଭରସା ଅଛି । ସିନ୍ଧିଆଙ୍କ ଇସ୍ତଫା ମଧ୍ୟରେ ଭୋପାଳରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ିସହ ସାକ୍ଷାତ କରିଥିଲେ କାନ୍ତିଲାଲ । ଏହି ସାକ୍ଷାତକାରରେ ଭୁରିଆ ଆଶ୍ୱସନା ଦେଇଛନ୍ତି କି , କଂଗ୍ରେସ ସରକାର ମଜବୁତ ଅଛି ଏବଂ ଏହା ଆଗକୁ ଜାରି ରହିବ । କାହା ପାଇଁ ସରକାର ଭାଙ୍ଗିବା ନାହିଁ, ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ଅଛି ।
ଇସ୍ତଫା ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ସହ ବୈଠକ କରିଥିଲେ ସିନ୍ଧିଆ । ଏହାପରେ ଯାଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ ସିନ୍ଧିଆ । ଏହାପରେ ସେ ସେହି ଇସ୍ତଫା ପତ୍ରକୁ ଟ୍ୱିଟରରେ ପୋଷ୍ଟ କରିଥିଲେ ।
— Jyotiraditya M. Scindia (@JM_Scindia) March 10, 2020