ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଟେ ପରେ ଗୋଟେ ବଡ ଘୋଷଣା କରି ଚାଲିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ପ୍ରଥମେ କୃଷି ଋଣ ଛାଡ ଏବେ ପୁଣି କୃଷକଙ୍କ ପାଇଁ ପେନସନ୍ ଲାଗୁ । ୬୦ ବର୍ଷରୁ ଅଧିକ ବୟସର କୃଷକଙ୍କୁ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯିବ । ସରକାରଙ୍କ ଏହି ନିଷ୍ପତି ଉପରେ ପାଖାପାଖି ୧୦ ଲକ୍ଷ କୃଷକ ଲାଭ ଉଠାଇ ପାରିବେ ।
ମୁଖ୍ୟମନ୍ତ୍ରୀ ହେବାର ଦୁଇ ଘଣ୍ଟା ମଧ୍ୟରେ କମଳନାଥଙ୍କ କମାଲ ଦେଖିବାକୁ ମିଳିଥିଲା । କୃଷକଙ୍କ ପାଇଁ ଦରଦ ଦେଖାଇ ପାଖାପାଖି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ପାଇଁ ଘୋଷଣା କରିଥିଲେ ।
ରାଜ୍ୟରେ ସରକାର ଗଢିବା ପୂର୍ବରୁ ନିର୍ବାଚନୀ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୃଷି ଋଣ ଛାଡ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେ କହିଥିଲେ କି ରାଜ୍ୟର ସରକାର ଗଢିବାର ୧୦ ଦିନ ମଧ୍ୟରେ ହିଁ କୃଷିଋଣ ଛାଡ କରାଯିବ । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର କୃଷକଙ୍କ ପାଇଁ ଜାରି ରହିଛି ବମ୍ଫର ଅଫର୍ ।