ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାର ବିହାରରେ ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏହାରି ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଝଟକା ଲାଗିଛି । ବର୍ତ୍ତମାନ ଲାଲୁଙ୍କୁ ରାଞ୍ଚି ଜେଲରେ ରହିବାକୁ ହେବ । ଆଜି ଦୁମକା କୋଷାଗାରରୁ ଗବନ ମାମଲାରେ ଲାଲୁଙ୍କ ଜାମିନ ପିଟିସନ ଉପରେ ଶୁଣାଣି ହେବାର ଥିଲା । ଯାହାକୁ ଛୁଟି ପାଇଁ ଟାଳି ଦିଆଯାଇଛି । ଏହି ମାମଲାରେ ଆଗାମୀ ୨୭ ନଭେମ୍ବରରେ ଶୁଣାଣି ହେବ । ଯଦି ଆଜି ଲାଲୁଙ୍କୁ ଜାମିନ ମିଳି ଯାଇଥାନ୍ତା ତେବେ ସେ ବାହାରକୁ ଆସି ଯାଇଥାନ୍ତେ, କାରଣ ଚାରା ଘୋଟାଲର ୪ଟି ମଧ୍ୟରୁ ୩ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି ।
ଯାଦବଙ୍କ ଅଧିବକ୍ତା ଦେବର୍ଷି ମଣ୍ଡଳ କହିଛନ୍ତି କି, ଏହି ମାମଲାରେ ଶୁକ୍ରବାର ଅଦାଲତ ପକ୍ଷରୁ ଶୁଣାଣି ପାଇଁ ନିର୍ଦ୍ଧାରିତ କରାଯାଇଥିଲା । ଲାଲୁ ପ୍ରସାଦ ଏହି ମାମଲାରେ ୪୨ ମାସ ଜେଲରେ ରହି ସାରିଛନ୍ତି । ଏମିତି ଦେଖିବାକୁ ଗଲେ ଅଧା ଦଣ୍ଡ ଭୋଗିବା ଆଧାରରେ ତାଙ୍କୁ ଜାମିନ ମିଳିବାର ସମ୍ଭାବନା ରହିଛି । ଏହାବ୍ୟତିତ ଲାଲୁଙ୍କ ପକ୍ଷରୁ ତାଙ୍କୁ କିଡନୀ, ହୃଦରୋଗ ଏବଂ ସୁଗାର ସହିତ ୧୬ ପ୍ରକାରର ରୋଗ ଥିବାର ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଚାରା ଘୋଟାଲାର ୪ଟି ମାମଲାରେ ଯାଦବଙ୍କୁ ଦଣ୍ଡ ମିଳିଛି । ଯେଉଁଥିରେ ଚାଇବାସାର ଦୁଇଟି ମାମଲା ଏବଂ ଦେବଘର ମାମଲାରେ ତାଙ୍କୁ ଜାମିନ ମିିଳିସାରିଛି ।