ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନର ପ୍ରଚାର ପାଇଁ ନେତମାନେ ଦିନ ରାତି ଏକାଠି କରିଦେଉଛନ୍ତି । ସେହିପରି ନେତାଙ୍କ ଭାଷଣ ଏବଂ ବୟାନ ମଧ୍ୟରେ ବିପକ୍ଷ ଦଳକୁ ନେଇ ବିବାଦୀୟ ଟିପ୍ପଣୀ ମଧ୍ୟ ଜାରି ରହିଛି ।
ଏହି ନିର୍ବାଚନୀ ମାହୋଲ ମଧ୍ୟରେ ୟୁପିର ମେରଠରେ ଭାରତୀୟ ଜନତା ପାର୍ଟିର ନେତା ଜୟକରଣ ଗୁପ୍ତା, ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ମଞ୍ଚ ଛପରେ ସମସ୍ତ ମାନ ମର୍ଯ୍ୟାଦାକୁ ଭୁଲିଯାଇଛନ୍ତି ।
ମେରଠର ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଜଣେ ବାଇ ସହିତ ତୁଳନା କରିବା ସହ ତାଙ୍କ ପୋଷକକୁ ନେଇ କମେଣ୍ଟ କରିଛନ୍ତି ବିଜେପି ନେତା ଜୟକରଣ ।
ମିଡିଆ ରିପୋର୍ଟ ମୁତାବକ, ଜୟକରଣ କହିଛନ୍ତି କି କଂଗ୍ରେସର ଜଣେ ନେତା ବହୁତ ଜୋରରେ କୁହନ୍ତି କି, ‘ଭଲ ଦିନ ଆସୁ? ତାଙ୍କୁ ଭଲ ଦିନ ଦେଖାଯାଉନି ! ସ୍କଟ ପିନ୍ଧୁଥିବା ବାଇ ଶାଢୀ ପିନ୍ଧି ମନ୍ଦିରରେ ଶୋଭା ବଢାଉଛନ୍ତି । ଗଙ୍ଗା ଜଳଠାରୁ ଦୂରେଇ ରହୁଥିବା ବ୍ୟକ୍ତି ଏବେ ଗଙ୍ଗାଜଳକୁ ଆପଣାଇବାରେ ଲାଗିଛନ୍ତି ।’
ଜୟକରଣ ଗୁପ୍ତାଙ୍କ ଏହି ବିବାଦୀୟ ବୟାନ ପରେ ଲୋକେ ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ।