ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ୨୦୧୪ ସାଧାରଣ ନିର୍ବାଚନ ପରେ ପୁଣି ଥରେ ବିଜେପି ସାଂସଦ ସ୍ମୃତି ଇରାନୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠୀ ରେ ମୁହାଁ ମୁହିଁ ହେବେ । ଅମେଠୀ ରେ ହେବାକୁ ଥିବା ଏହି ମହାମୁକାବିଲା ଉପରେ ସାରା ଦେଶର ନଜର ରହିଛି । ଇତି ମଧ୍ୟରେ ଅମେଠୀ ସମେତ ଦକ୍ଷିଣଭାରତରେ ବି ରାହୁଲ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।
ସର୍ବଦା ରାହୁଲଙ୍କ କିଛି ନା କିଛି କଥା କୁ ନେଇ ଟାର୍ଗେଟ କରୁଥିବା ସ୍ମୃତି ଏଥରକୁ ପୁଣି ଟାର୍ଗେଟ କରିଛନ୍ତି । ସ୍ମୃତି ତାଙ୍କ ଟ୍ୱିଟରରେ କଟାକ୍ଷ କରି ଲେଖିଛନ୍ତି କି, ‘ଅମେଠୀ ଭଗାଇଦେଲା, ଜାଗା ଜାଗାରୁ ଡାକରା ଆସୁଛିର ସ୍ୱାଂଗ ରଚାଇଲେ, କାରଣ ଜନତା ଆଡେଇଦେଲେ’ । ଏହା ସହିତ ଶେଷରେ ଭାଗ୍ ରାହୁଲ ଭାଗ୍ । ସିଂହାସନ ଖାଲି କର ରାହୁଲ ଜୀ’ ଙ୍କ ଜନତା ଆସୁଛନ୍ତି ।
अमेठी ने भगाया,
जगह-जगह से बुलावे का स्वांग रचाया,
क्योंकि जनता ने ठुकराया। #BhaagRahulBhaag
सिंहासन खाली करो राहुल जी कि जनता आती है pic.twitter.com/oVEox3YyHh— Chowkidar Smriti Z Irani (@smritiirani) March 23, 2019
ସବୁଠୁ ଖାସ୍ କଥା ହେଉଛି ରାହୁଲ ଏବେ ଅମେଠୀର ସାଂସଦ ଅଛନ୍ତି,ଏବଂ ସେ ଏଥରକ ଅମେଠୀ ସମେତ କେରଳ ବାୟନାଡ ଲୋକସଭା ସିଟରୁ ନିର୍ବାଚନ ଲଢିବେ ବୋଲି ଆଶା ରହିଛି । ଏହାସହିତ ରାହୁଲଙ୍କୁ ଦକ୍ଷିଣଭାରତର କାର୍ଯ୍ୟକାର୍ତ୍ତାଙ୍କ ଦ୍ୱାରା କୌଣସି ଗୋଟେ ସିଟରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଅମେଠୀର କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରିବା ସହ ସ୍ୱାଗତ କରିଛନ୍ତି । ସେପଟେ ଅମେଠୀର ଜିଲ୍ଲାଧ୍ୟକ୍ଷ ଜୋଗେନ୍ଦ୍ର ମିଶ୍ର ଏକ ଚିଠିପତ୍ର ଜାରି କରି କହିଛନ୍ତି କି ରାହୁଲ ଗାନ୍ଧୀ ଅଖିଳ ଭାରତୀୟ କଂଗ୍ରେସର ପ୍ରତିନିଧିତ୍ୱ କରିବେ । ରାହୁଲଙ୍କ ପ୍ରତି ଅମେଠୀ ବାସୀଙ୍କ ମନରେ ଉତ୍ସାହ ଭରି ରହିଛି ।