ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ଖେଳାଳି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ଜାଡେଜା କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି । ଗୁଜୁରାଟର ଜାମନଗରରୁ ସେ ଏବେ ନିର୍ବାଚନ ଲଢିପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେପଟେ କଂଗ୍ରେସ ପକ୍ଷରୁ ହାର୍ଦ୍ଧିକ ପଟେଲ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି । ଏହାସହିତ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି ।
ନିିକଟରେ ରିଭାଙ୍କୁ ଗୁଜୁରାଟ କରଣୀ ସେନାର ମହିଳା ୱିଙ୍ଗ ଅଧ୍ୟକ୍ଷ ଭାବେ ନାମିତ କରାଯାଇଥିଲା । ଏବେ ସେ କ୍ଷେତ୍ରୀୟ ସମୁଦାୟର ସମର୍ଥନ ଦ୍ୱାରା ବିଜେପିରେ ସାମିଲ ହୋଇଯାଇଛନ୍ତି ଏବଂ ସେ ତାଙ୍କର ରାଜନୈତିକ ମଙ୍ଗକୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଜାମନଗରରୁ ବିଜେପିର ସାଂସଦ ଭାବେ ବର୍ତ୍ତମାନ ପୁନମ ମଦାନ ଅଛନ୍ତି ।
ପୁନମ ମଦାନ ତାଙ୍କ ଦାଦା ତଥା କଂଗ୍ରେସର ବରିଷ୍ଠ ନେତା ବିକ୍ରମ ମଦାନଙ୍କୁ ବର୍ଷ ୨୦୧୪ରେ ହରାଇ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଗୃହ ରାଜ୍ୟ ହେଉଛି ଗୁଜୁରାଟ । ଅମିତ୍ ଶାହା ବର୍ତ୍ତମାନ ରାଜ୍ୟସଭାର ସାଂସଦ ଅଛନ୍ତି । ବର୍ଷ ୨୦୧୪ରେ ବିଜପି ସରକାର ଗୁଜୁରାଟର ସମସ୍ତ ସିଟ୍ ହାତେଇ ଥିଲା ।
ଖବରମୁତାବକ, ରିଭା ଜାଡେଜା ମାର୍ଚ୍ଚ ୪ ତାରିଖରେ ିଜେପିର ମଙ୍ଗ ଧରିଥିଲେ । ଗୁଜୁରାଟର କୃଷିମନ୍ତ୍ରୀ ଆରସୀ ଫାଲଦୁ ଏବଂ ସାଂସଦ ପୁନମ ମଦାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ । ରାଜକୋଟର ଜଣେ କୋଟିପତି ବ୍ୟବସାୟୀ ହରଦେବ ସିଂହ ସୋଲଙ୍କିଙ୍କ ଝିଅ ହେଉଛନ୍ତି ରିଭା । ତାଙ୍କର ଦୁଇଟି ନିଜସ୍ୱ ସ୍କୁଲ ଏବଂ ହୋଟେଲ ରହିଛି । ରିବାବାଙ୍କ ଦାଦା ହରିସିଂହ ସୋଲଙ୍କି ହେଉଛନ୍ତି କଂଗ୍ରେସର ଜଣେ ବଡ ନେତା ।