ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ମାଜିଦ ମେମନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଅଣପାଠୁଆ ବୋଲି ସେ କହିଛନ୍ତି ।
ନ୍ୟୁଜ୍ ଏଜେନ୍ସ ଏଏନଆଇ ସହ ମାଜିଦ ସାକ୍ଷାତ କରି କହିଛନ୍ତି କି, ମୋତେ ଲାଗୁଛି କି ପ୍ରଧାନମନ୍ତ୍ରୀ ଜଣେ ଅଣପାଠୁଆ, ରାସ୍ତାରେ ଚାଲୁଥିବା ଲୋକଙ୍କ ଭଳି କଥା କୁହନ୍ତି । ସେ ଏତେ ବଡ ପଦରେ ବସିଛନ୍ତି, ତାଙ୍କ ପଦ ଏକ ସାମ୍ବିଧାନିକ ପଦ । ସେହି ସାମ୍ବିଧାନକ ପଦ ପାଇଁ ରାସ୍ତାରୁ ପ୍ରଧାନମନ୍ତ୍ରୀ ବଛା ଯାଏ ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି କି ଏଠାରେ ଜନତା ପ୍ରଧାନମନ୍ତ୍ରୀଙ୍କୁ ବାଛୁ ନାହାନ୍ତି, ବରଂ ଜନତା ଦ୍ୱାରା ବଛାଯାଉଥିବା ସାଂସଦ ହିଁ ପ୍ରଧାନମନ୍ତ୍ରୀଙ୍କୁ ବାଛୁଛନ୍ତି । ଏଥରକ ବି ସବୁଠୁ ବଡ ଦଳ ପ୍ରଧାନମନ୍ତ୍ରୀଙ୍କୁ ବାଛିବ ।
#WATCH Majeed Memon, NCP: Mujhe lagta hai ki Pradhan Mantri bhi ek anpadh, jahil ya raaste pe chalne wale aadmi ki tarah baat karte hain. Vo itne bade pad pe baithe hain, Unka pad ek sanvaidhanik pad hai, uss sanvaidhanik pad mein Pradhan Mantri raaste mein nahi chuna jata. pic.twitter.com/IczTw58QlH
— ANI (@ANI) April 1, 2019
ସେପଟେ ଆଗାମୀ ଲୋକସଭା ପୂର୍ବରୁ ଏନସିପି ନେତାଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।