ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ବିଜେପିକୁ ଏକ ବଡ ଝଟକା ଲାଗିଛି । ଗୋଟେ ପରେ ଗୋଟେ ନେତାଙ୍କୁ ଗିରଫ କରୁଛି ପୋଲିସ । ପ୍ରଥମେ ଜଣେ ଲୋକସଭା ପ୍ରାର୍ଥୀଙ୍କୁ ଜେଲ ହୋଇଥିବା ବେଳେ ଏବେ ପୁଣି ବିଜେପିର ଆଉ ଏକ ବିଧାୟକଙ୍କୁ ପୋଲିସ ଗିରଫ କରିଛି । ଆଜ୍ଞା ହଁ ମଧ୍ୟପ୍ରଦେଶର ନୀମଚ ରୁ ବିଜେପି ବିଧାୟକ ଦିଲୀପ ସିଂହ ପରିହାରକୁ ଗୁରୁବାର ପୋଲିସ ଗିରଫ କରିଛି । ଆଦର୍ଶ ଆଚାର ସଂହିତା ଉଲଂଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ତାଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ପକ୍ଷରୁ ତାଙ୍କୁ ୫ ଦିନ ପାଇଁ କନାବଟି ଜେଲକୁ ପଠାଇ ଦିଆଯାଇଛି । ଏହାସହିତ ବିଧାୟକଙ୍କ ଅନ୍ୟ ତିନି ଜଣ ସାଥୀଙ୍କ କଡା ଚେତାବନି ଦିଆଯାଇ ଛଡା ଯାଇଛି ।
Madhya Pradesh: BJP MLA from Neemuch, Dilip Singh Parihar was arrested yesterday, on charges of violation of Model Code of Conduct. pic.twitter.com/JTnrIkGiku
— ANI (@ANI) March 29, 2019
ଖବରମୁତାବକ, ମାର୍ଚ୍ଚ ୨୪ରେ ସାଂସଦ ଗୁପ୍ତାଙ୍କ ମନ୍ଦସୌର ଲୋକସଭା ସିଟ୍ ପାଇଁ ଟିକେଟ ପକ୍କା ହେବା ପରେ ରାତାରାତି ବିଜେପି ଏବଂ ଯୁବାମୋର୍ଚ୍ଚାର କାର୍ଯ୍ୟ କର୍ତ୍ତାମାନେ ବିନା ଅନୁମତିରେ ବାଇକ୍ ରାଲିରେ ବାହାରିଥିଲେ । ଏହି ରାଲିରେ ଢୋଲ ନଗାଡାର ତାଳେ ତାଳେ ଜସନ ମନାଇଥିଲେ କର୍ମୀ । ଏହି ମାମଲାରେ ପୋଲିସ ଖବର ପାଇ ନଗର ପାଳିକା ଅଧ୍ୟକ୍ଷ ଏବଂ ବିଧାୟକ ଦିଲୀପ ସିଂହଙ୍କ ନାଁରେ ମାମଲା ରୁଜୁ କରିଥିଲା ।
ଏହାପୂର୍ବରୁ ବର୍ଷ ୨୦୧୮ ବିଧାନସଭା ନିର୍ବାଚନରେ ବି ଦିଲୀପଙ୍କ ବିରୋଧରେ ଆଚାର ସଂହିତା ଉଲଂଘନର ମାମଲା ରୁଜୁ ହୋଇଥିଲା । ନିର୍ବାଚନ ଟିକେଟ ମିଳିବା ପରେ ଦତଲୀପ କୌଣସି ଅନୁମତି ନନେଇ ତାଙ୍କ ସରକାରୀ ବାସଭବନରେ ବାଣ ଫୁଟାଇ ଖୁସିର ଉତ୍ସବ ପାଳିଥିଲେ । ଏହାପେର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା ।